ଦୋହାରେ ତାଲିବାନ ନେତାଙ୍କୁ ଭେଟିଲେ କତାରସ୍ଥିତ ଭାରତୀୟ ରାଷ୍ଟ୍ରଦୂତ

India's qatar ambassador met Taliban Representative in Doha

ଦୋହା: ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିଛି । କାବୁଲର ସ୍ଥିତିକୁ ନେଇ ଦୁନିଆ ଚିନ୍ତାରେ ରହିଛି । ଏବେବି ଆଫଗାନିସ୍ତାନରେ ଅନ୍ୟ ଦେଶର ହଜାର ହଜାର ନାଗରିକ ଫସି ରହିଛନ୍ତି । ଆଫଗାନିସ୍ତାନର ନୂଆ ତାଲିବାନ ସରକାର ସହ ବୈଦେଶିକ ସମ୍ପର୍କ କିଭଳି ରହିବ ତା’କୁ ନେଇ ବିଭିନ୍ନ ଦେଶ ଆଲୋଚନା ଆରମ୍ଭ କରିଛନ୍ତି । ଆଜି ଔପଚାରିକ ଭାବେ କତାର ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ତାଲିବାନ ସହ ଆଲୋଚନା କରିଛନ୍ତି ।

India's qatar ambassador met Taliban Representative in Doha

ଦୋହାରେ ଥିବା ତାଲିବାନ ରାଜୈନିତକ ଅଫିସର ମୁଖ୍ୟ ଶେର ମହମ୍ମଦ ଆବାସ ଷ୍ଟାନେକଜାଇଙ୍କୁ ଭେଟି ଆଲୋଚନା କରିଛନ୍ତି କତାର ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ । ତାଲିବାନ ପକ୍ଷରୁ ଏହି ଆଲୋଚନା ପାଇଁ ଅନୁରୋଧ କରାଯାଇଥିଲା । କତାର ସ୍ଥିତ ଭାରତୀୟ ଦୂତାବାସରେ ଏହି ବୈଠକ ହୋଇଥିବା ଜଣାପଡ଼ିଛି ।

India's qatar ambassador met Taliban Representative in Doha

ଆଫଗାନିସ୍ତାନର ଭୂମିକୁ ଭାରତ ବିରୋଧୀ ଗତିବିଧି ଏବଂ ଆତଙ୍କବାଦ କାର୍ଯ୍ୟକଳାପରେ ବ୍ୟବହାର ନକରିବାକୁ ଭାରତ କହିଛି । ଏଥିପାଇଁ ତାଲିବାନ ଧ୍ୟାନ ଦେବ ବୋଲି କହିଛନ୍ତି ଶେର ମହମ୍ମଦ ଆବାସ ଷ୍ଟାନେକଜାଇ । ତେବେ, ଦେଖିବାର କଥା ବନ୍ଧୁକ ମୁନରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ତା’ କଥାରେ କେତେ ତିଷ୍ଠି ରହୁଛି ।

Leave a Reply