ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭ ହଜାରରୁ ଅଧିକ ଆକ୍ରାନ୍ତ, ୯୪୧ ମୃତ

ନୂଆଦିଲ୍ଲୀ: ଅଗଷ୍ଟରେ କରୋନା ଗ୍ରାଫ ଉପରମୁହାଁ । ପ୍ରତିଦିନ ଲଗାତାର ୬୦ ହଜାର ଉପରେ ରହୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଭାରତରେ ୫୭ ହଜାର ୯୮୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯୪୧ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି  ଏହା ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦ ହଜାର ୯୨୧କୁ ବୃଦ୍ଧି ପାଇଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬ଲକ୍ଷ ୪୭ ହଜାର ୬୬୪ରେ ପହଞ୍ଚିଛି । ସେହିପରି ୧୯ ଲକ୍ଷ ୧୯ ହଜାର ୮୪୩ଜଣ ସୁସ୍ଥ ହୋଇଥିବାବେଳେ ୬ ଲକ୍ଷ ୭୬ ହଜାର ୯୦୦ ଜଣ ଆକ୍ଟିଭ ଅଛନ୍ତି ।

ତେବେ ଆଶ୍ୱସ୍ତିର ବିଷୟ ଏହା ଯେ, ମୃତ୍ୟୁ ହାର ଏବଂ ସକ୍ରିୟ ମାମଲା ହାର ହ୍ରାସ ପାଇଛି। ମୃତ୍ୟୁ ହାର ମଧ୍ୟ ୧.୯୨% କୁ ଖସିଛି। ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୨୫.୫୬% କୁ ଖସିଛି। ଭାରତରେ ସୁସ୍ଥ ହାର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦେଶରେ ଦିନକୁ ସାତ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି, ଏବଂ ଏପର୍ଯ୍ୟନ୍ତ ୨.୯୫ କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ମନ୍ତ୍ରଣାଳୟ ଅନୁସାରେ ଏବେ ଚେଷ୍ଟିଂ ସଂଖ୍ୟା ଦ୍ରୁତ ଗତିରେ ବଢୁଛି ଏବଂ ଗତ କିଛି ଦିନ ମଧ୍ୟରେ ଭାରତରେ ପ୍ରତିଦିନ ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି।

ସୂଚନାଯୋଗ୍ୟ ଯେ, ଦେଶରେ ସବୁଠାରୁ ଅଧିକ ସକ୍ରିୟ ମାମଲା ମହାରାଷ୍ଟ୍ରରେ ରହିଛି। ମହାରାଷ୍ଟ୍ରର ଡାକ୍ତରଖାନାରେ ୧.୫ ଲକ୍ଷରୁ ଅଧିକ ସଂକ୍ରମିତ ଲୋକେ ଚିକିତ୍ସିତ ହେଉଛନ୍ତି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି, ତୃତୀୟ ସ୍ଥାନରେ ଦିଲ୍ଲୀ, ଗୁଜୁରାଟ ଚତୁର୍ଥ ଏବଂ ପଶ୍ଚିମବଙ୍ଗ ପଞ୍ଚମ ସ୍ଥାନରେ ରହିଛି। ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି । ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ବିଶ୍ୱରେ ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି ।

Leave a Reply