ନୂଆଦିଲ୍ଲୀ : ଆସିଯାଇଛି ବର୍ଷ ୨୦୧୯ର ଫୋର୍ବସ ଲିଷ୍ଟ । ଯେଉଁଥିରେ ସ୍ଥାନ ପାଇଛନ୍ତି ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ମହିଳା । ଆଉ ଏହି ଲିଷ୍ଟରେ ରହିଛନ୍ତି ୪ଜଣ ଭାରତୀୟ। ସମସ୍ତଙ୍କୁ ପ୍ରଭାବଶାଳୀ ମନେକରାଯାଉଛି ।

ଫୋର୍ବସ ଲିଷ୍ଟର ୩୪ ରାଙ୍କରେ ରହି ସବୁଠୁ ଆଗରେ ଅଛନ୍ତି ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯେଉଁଠି କି ଏଥର ନବାଗତା ଭାବେ ୨୩ ଜଣ ମହିଳା ସାମିଲ ଅଛନ୍ତି। ତେବେ କେବଳ ସେତିକି ନୁହେଁ ନିଜ ବ୍ୟବସାୟକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହୁ ଆସୁଥିବା ଏଚ.ସି.ଏଲ ଟେକନୋଲୋଜିର ଚେୟାର ପର୍ସନ ରୋସନି ନାଦର ମଲହୋତ୍ରା ରହିଛନ୍ତି ୫୪ତମ ରାଙ୍କାରେ ।

ସେହିପରି ୬୫ ରାଙ୍କାରେ ଅଛନ୍ତି ଫାର୍ମାସିଟ୍ୟୁକାଲ୍ସ କଂପାନୀ ବାୟୋକନ ଚେୟାର ପର୍ସନ କିରଣ ମଜୁମଦାର ସ । ୯୫ତମ ରାଙ୍କାରେ ରହିଛନ୍ତି କଙ୍ଗ୍ଲୋମାରଟ ଲ୍ୟାଣ୍ଡମାର୍କର ଅଧ୍ୟକ୍ଷା ରେଣୁକା ଜଗତିଆନ।

ତେବେ ଫୋର୍ବସ୍ ଲିଷ୍ଟରେ ପ୍ରଥମ ପ୍ରଭାବଶାଳୀ ମହିଳା ହୋଇଛନ୍ତି ଜର୍ମାନୀ ଚାନେସଲର ଅଞ୍ଜେଲା ମର୍କେଲ । ଆଇଏମଏଫର ପୂର୍ବତନ ଅଧ୍ୟକ୍ଷା କ୍ରିଷ୍ଟିଆନ୍ ଲଗାର୍ଡେ ଦ୍ୱିତୀୟରେ ଅଛନ୍ତି ।

