spot_img

Latest Posts

ବାଣିଜ୍ୟ ପ୍ରସଙ୍ଗରେ ଭାରତ ସହ ଆଉ ହେବ ନାହିଁ ଆଲୋଚନା : ଟ୍ରମ୍ପ ଦେଲେ ସୂଚନା

ନନ୍ଦିଘୋଷ ବ୍ୟୁରୋ : ଭାରତ ସହ ବାଣିଜ୍ୟ ପ୍ରସଙ୍ଗରେ ଆଉ ଆଲୋଚନା କରାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଟ୍ରମ୍ପ ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟଗତ ସହଭାଗିତା ଗଭୀର କ୍ଷତିଗ୍ରସ୍ତ ହୋଇଛି। ଗତ ବୁଧବାର ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଲାଗୁ କରିଛନ୍ତି ଟ୍ରମ୍ପ। ଆସନ୍ତା ଅଗଷ୍ଟ ୨୭ରୁ ନୂଆ ଟାରିଫ କାର୍ଯ୍ୟକ୍ଷମ ହେବ।

ସେପଟେ ଭାରତ ଉପରେ ଆମେରିକାର ଟାରିଫ ଲାଗୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭ। ଆମେରିକାର ଏକପାଖିଆ ଟାରିଫ ନୀତି ସମ୍ପର୍କରେ ଦୁଇ ନେତା ଆଲୋଚନା କରିଛନ୍ତି। ଟ୍ରେଡ ସମ୍ପର୍କରେ କଥାବାର୍ତ୍ତା ନେଇ ଯଦିଓ ଭାରତ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ତଥାପି ବ୍ରାଜିଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଆଲୋଚନା ହୋଇଥିବା କୁହାଯାଇଛଇ। ଦକ୍ଷିଣ ବିଶ୍ବର ବିଭିନ୍ନ ରାଷ୍ଟ୍ର ମଧ୍ଯରେ ସହଯୋଗ ପ୍ରତିଷ୍ଠା ଲାଗି ଦୁଇ ନେତା ଆଲୋଚନା କରିଛନ୍ତି। ବାଣିଜ୍ୟ ପ୍ରସଙ୍ଗରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସିଲଭା ଆଲୋଚନା କରିବାକୁ ଯୋଜନା କିରଛନ୍ତି।

Latest Posts

Don't Miss