କୋଭିଡ୍‌ ପରେ ମାତିଲା H3N2 ଭାଇରସ୍‌

1 min read

ନୂଆଦିଲ୍ଲୀ : କରୋନା ପରେ ଦେଶରେ ଆତଙ୍କ ମଚାଇଛି H3N2 ଭାଇରସ୍। ଏହି ଭାଇରସରେ ପ୍ରଥମଥର ଭାରତରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି କର୍ଣ୍ଣାଟକ ଓ ହରିଆଣାର ବାସିନ୍ଦା । ଦେଶରେ ପ୍ରଥମ H3N2 ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
ଦେଶରେ ଏବେସୁଦ୍ଧା ୯୦ H3N2 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଟି ଯାକ ଭୂତାଣୁ ଆକ୍ରାନ୍ତଙ୍କଠାରେ ଦେଖାଯାଉଥିବା ଲକ୍ଷ୍ୟଣ କୋଭିଡ ସହ ପ୍ରାୟତଃ ସମାନ । ଆକ୍ରାନ୍ତଙ୍କଠାରେ କଫ, ଜ୍ବର, ଥଣ୍ଡା, ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହେବା ଆଦି ଲକ୍ଷ୍ୟ ଦେଖାଯାଉଛି । ଦେଶରେ ଗତ ଦୁଇ ମାସ ଧରି ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ H3N2 ବା ହଙ୍ଗକଙ୍ଗ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଭଳି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

H3N2 ଇନଫ୍ଲୁଏଞ୍ଜା ଏକ ଭୁତାଣୁ ଜନିତ ଫ୍ଲୁ ରୋଗ ଅଟେ। ଏହା କାଶ, ଛିଙ୍କରେ ବାହାରୁଥିବା ସୂକ୍ଷ୍ମ ଜଳକଣିକା ଦ୍ବାରା ବ୍ୟାପେ। ରୋଗୀର ଲାଳ, ଛେପ, ଖଙ୍କାର ଆଦି ସଂସ୍ପର୍ଶରେ ଆସିଲେ ମଧ୍ଯ ସଂକ୍ରମଣ ହୋଇଥାଏ। ନିଶ୍ୱାସ ପ୍ରଶ୍ୱାସ ନେବାରେ ଲୋକେ ଅସୁବିଧା ଭୋଗୁଛନ୍ତି ।ଏହି ଭୂତାଣୁ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ । କୋଭିଡ ଭଳି ଡ୍ରୋପଲେଟ୍ ଦ୍ୱାରା ବ୍ୟାପିଥାଏ

ଏଚ୍୩ଏନ୍୨ ହେଉଛି ‘ଇନଫ୍ଲ୍ୟୁଏଞ୍ଜା ଭାଇରସ୍ । ଯାହା ପ୍ରତିବର୍ଷ ଏହି ସମୟରେ ଆସିଥାଏ । ଜନଗହଳିପୂର୍ଣ୍ଣ ଇଲାକାରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା କରନ୍ତୁ ରକ୍ଷା ଲାଗି ପରାମର୍ଶ ଦେଲେ ଦିଲ୍ଲୀ ଏମସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସଂକ୍ରମଣ ନେଇ ଆଇସିଏମଆର ଜାରି କରିଛି ଗାଇଡଲାଇନ ।
ନିୟମିତ ଭାବେ ହାତକୁ ବାରମ୍ବାର ଧୁଅନ୍ତୁ । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧନ୍ତୁ । କାହା ସହିତ ହାତ ମିଳାନ୍ତୁ ନାହିଁ । ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ ।ମୁହଁରେ ବାରମ୍ବାର ହାତ ଲଗାନ୍ତୁ ନାହିଁ । ସାମାଜିକ ଦୂରତା ରକ୍ଷା କରନ୍ତୁ । ଫ୍ଲୁ ଭଳି ଲକ୍ଷଣ ଥିଲେ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ ।