ଭାରତରେ କମୁଛି ତେଲ ଚାହିଦା

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ କମିବାରେ ଲଗିଛି ତେଲର ଚାହିଦା । ଲଗାତାର ଫେବ୍ରୁଆରୀ ମାସରେ ମଧ୍ୟ ତେଲର ଚାହିଦା କମିବାରେ ଲାଗିଛି । ଗତବର୍ଷ ସେପ୍ଟେମ୍ୱର ମାସ ଠାରୁ ମଧ୍ୟ ଫେବ୍ରୁଆରୀ ମାସରେ ତେଲର ଚାହିଦା କମ୍ ରହିଛି । ଲଗାତାର ତୈଳ ଦର ବୃଦ୍ଧି ଯୋଗୁଁ ଦେଶରେ ତେଲର ଚାହିଦା କମିବାରେ ଲାଗିଛି । ବିଶ୍ୱର ତୃତୀୟ ବୃହତ୍ତ ତେଲ ଆମଦାନୀକାରୀ ଦେଶ ଭାରତରେ ତେଲର ବ୍ୟବହାର ୪.୯ ପ୍ରତିଶତ କମି ଏହା ୧୭.୨ ମିଲିୟନ୍ ଟନରେ ପହଞ୍ଚିଛି ।  ତେବେ ଏଥିରେ ଅଭିବୃଦ୍ଧି ଘଟିବା ପାଇଁ ତୈଳ ଦର ହ୍ରାସ ହେବା ସହ କରୋନା ସଂକ୍ରମଣ ସଂଖ୍ୟା ମଧ୍ୟ କମିବାର ଆବଶ୍ୟକତା ରହିଛି ।  ତେବେ ଏବେ ମଧ୍ୟ କିଛି ଲୋକ ଯାତ୍ରା କରିବା ନେଇ ସଂକୋଚ ମନେ କରୁଛନ୍ତି ।

ତେବେ ଦେଶରେ କରୋନା ପ୍ରଭାବ କମ୍ କରିବା ନେଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଏହା ସତ୍ତ୍ୱେ ଅଗ୍ରନାଇଜେସନ୍ ଅଫ୍ ପେଟ୍ରୋଲିୟମ୍ ଏକ୍ସପର୍ଟିଂ କଣ୍ଟ୍ରିଂ (ଓପିଇସି) ତୈଳ ଦର ହ୍ରାସ କରିବା ନେଇ ଧ୍ୟାନ ଦେବା ଆବଶ୍ୟକ । ଓପିଇସି ସୁନା ଅଣ୍ଡା ଆଶାରେ କୁକୁଡ଼ାକୁ ମାରିବା ଅନୁଚତ ବୋଲି କୁହାଯାଇଛି । ଡିଜେଲର ବ୍ୟବହାରକୁ ଅର୍ଥନୀତି ବୃଦ୍ଧିର ଏକ ପାରାମିଟର ଭାବେ ଦେଖାଯାଉଥିବା ବେଳେ ଦେଶରେ ବ୍ୟବହାର ହେଉଥିବା ମୋଟ ବିଷୋଧିତ ତୈଳର  ୪୦ ପ୍ରତିଶତ । ଦେଶରେ ଗତ ବର୍ଷ ତୁଳନାରେ ପ୍ରାୟ ୩.୮ ପ୍ରତିଶତ ଅର୍ଥାତ ୬.୫୫ ମିଲିୟନ ଟନ୍‌ ଡିଜେଲର ବ୍ୟବହାର କମ୍ ରହିଛି । ଏବଂ ଚଳିତ ବର୍ଷ ମୋଟ ୮.୫ ପ୍ରତିଶତ ହ୍ରାସ ଘଟିଛି ।

ପେଟ୍ରୋଲ ବିକ୍ରି ମଧ୍ୟ ଫେବ୍ରୁଆରୀରେ ୬.୫ ପ୍ରତିଶତ ଅର୍ଥାତ ୨.୪୪ ମିଲିୟନ ଟନ୍, ଏବଂ ବର୍ଷ ଆରମ୍ଭରେ ୩ ପ୍ରତିଶତ ହ୍ରାସ ଘଟିଛି । ସେହିଭଳି ରଷୋଇ ଗ୍ୟାସ ଏବଂ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ ମଧ୍ୟ ୭.୬ପ୍ରତିଶତ ଅର୍ଥାତ ୨.୨୭ ମିଲିୟନ ଟନ୍ ବିକ୍ରି ହ୍ରାସ ପାଇଛି ।

Leave a Reply