ବିକାଶ ପଥରେ ଯାତ୍ରା କରୁଛି ଭାରତ। ଭାରତ-ଇୟୁ ଚୁକ୍ତି ଯୋଗୁ ଭାରତର ଅର୍ଥନୈତିକ ବିକାଶ ଘଟିବ। ଇୟୁ ସହ ଐତିହାସିକ ଚୁକ୍ତି ଭାରତର ଆତ୍ମନିର୍ଭରତାର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବଜେଟ ପୂର୍ବରୁ ସଂସଦ ଭବନ ବାହାରେ ଉଦବୋଧନ ଦେଇ ସେ କହିଛନ୍ତି- ଭାରତରେ ବଡ଼ ବଜାର ସ଼ଷ୍ଟି ହେବ। ପ୍ରଯୁକ୍ତି କ୍ଷେତ୍ରରେ ଭାରତ ବଳୀୟାନ ହେବାରେ ଲାଗିଛି। ମାନବକୈନ୍ଦ୍ରିକ ବ୍ୟବସ୍ଥା ଯୋଗୁ ଦେଶବାସୀ ଉପକୃତ ହେଉଛନ୍ତି। ଭାରତର ଗଣତନ୍ତ୍ର ବିଶ୍ବ ଲାଗି ଉଦାହରଣ ସୃଷ୍ଟି କରିଛି। ଭାରତ-ଇୟୁ ମଧ୍ୟରେ ମଦର ଅଫ ଡିଲସ୍ ହୋଇଛି ବୋଲି ସେ କହିଛନ୍ତି।

