spot_img

Latest Posts

ଋଷିଆ ସହ ଭାରତର ଏସ-୪୦୦ ଡିଲ୍, ବାଧା ଦେଇପାରେ ଆମରିକା

ନୂଆଦିଲ୍ଲୀ: ଋଷିଆଠୁ ଏସ ୪୦୦ ବା ବାୟୁ ରକ୍ଷା ପ୍ରଣାଳି ମିସାଇଲ ସିଷ୍ଟମ ଭାରତ କିଣିବା ନେଇ ଆମେରିକା ସମସ୍ୟା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।

ଆମେରିକାର ସଂସଦ କଂଗ୍ରେସର ରିପୋର୍ଟ ଅନୁଯାୟୀ ଭାରତ ସହ ଋଷର ବ୍ୟବସାୟୀକ ଚୁକ୍ତି ଉପରେ କିଛି କଟକଣା ଲଗା ଯାଇପାରେ । ଆମେରିକା ନିଜ ଶତ୍ରୁ ଉପରେ ଲଗାଉଥିବା କିଛି ଆଇନର ଦ୍ବାହି ଦେଇ ଏହି ଚୁକ୍ତିକୁ ଭଣ୍ଡୁର କରିବାକୁ ଯୋଜନା କରିଛି । ୨୦୧୮ ଆମେରିକା ସରକାରଙ୍କ ଚେତାବନୀ ସତ୍ବେ ଭାରତ ସରକାର ଋଷ ସହ ଏସ ୪୦୦ କିଣିବା ପାଇଁ ଚୁକ୍ତି କରିଥିଲେ ।

ଏହାଦ୍ବାରା ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କ କ୍ଷୁର୍ଣ୍ଣ ହେବ ବୋଲି ମଧ୍ୟ ପୂର୍ବରୁ ଟ୍ରମ୍ପ ପ୍ରଶାସନ ଏକପ୍ରକାର ଚେତାବନୀ ଦେଇଥିଲେ ।  ହେଲେ ଏହି ଡିଲ୍ ଲାଗି ଭାରତ ସରକାର ୨୦୧୯ରେ ଋଷ ସରକାରକୁ ୮୦ କୋଟି ଟଙ୍କା ପଇଠ ମଧ୍ୟ କରିସାରିଛନ୍ତି ।

ତେବେ ଏସ ୪୦୦ ଋଷର ସବୁଠୁ ଉନ୍ନତ ମାନର ମିସାଇଲ ବୋଲି କୁହାଯାଉଛି । ଏହି ମିସାଇଲ ଆକାଶରୁ ଆକାଶ ମାର୍ଗକୁ ଉତ୍ତକ୍ଷେପଣ କରିବାର କ୍ଷମତା ରଖିଛି । ଭାରତୀୟ ସେନାରେ ଏହା ସାମିଲ ହେଲେ ସେନା ଆହୁରି ଶକ୍ତିଶାଳୀ ହେବ।

Latest Posts

Don't Miss