ଇସ୍ରୋ କଲା ଜିସାଟ୍‌-୩୦ ର ସଫଳ ପରୀକ୍ଷଣ, ଏବେ ଇଣ୍ଟରନେଟର ସ୍ପିଡ୍‌ ବଢ଼ିବା ସହ ଅପହଞ୍ଚ ଇଲାକାରେ ପହଞ୍ଚି ପାରିବ ମୋବାଇଲ ସେବା

1 min read

ଇସ୍ରୋ ରଚିଲା ଇତିହାସ । ନୂଆବର୍ଷର ପ୍ରଥମ ମିଶନରେ ବଡ଼ ସଫଳତା । ଜିସାଟ୍‌-୩୦ ର ହେଲା ସଫଳ ପରୀକ୍ଷଣ । ଫ୍ରେଞ୍ଚ୍‌ ଗୁଏନା କୋରାଉ ଲଞ୍ଚ ବେସ୍‌ରୁ ହେଲା ଉତ୍‌କ୍ଷେପଣ । ଦେଶର ଯୋଗାଯୋଗ ସେବାରେ ଆସିବ ବୈପ୍ଳବିକ ପରିବର୍ତ୍ତନ । ବଢିବ ଇଣ୍ଟରନେଟ ସ୍ପିଡ୍‌, ଇନସାଟ ସାଟେଲାଇଟ ସ୍ଥାନରେ କାମ କରିବ ଜିସାଟ୍‌-୩୦ ।

ୟୁରୋପୀୟ ମହାକାଶ ଏଜେନ୍ସିର ରକେଟ ଯାନ ଏରିୟନ-୫ ସାହାଯ୍ୟରେ ଇସ୍ରୋକୁ ମିଳିଛି ଏହି ସଫଳତା । ଭାରତୀୟ ସମୟ ରାତି ୨ଟା ୩୫ ମିନିଟରେ ଜିସାଟ୍‌-୩୦ର ସଫଳ ପରୀକ୍ଷଣ କରାଯାଇଛି । ଏହାର ଓଜନ ରହିଛି ୩୧ ଶହ କିଲୋଗ୍ରାମ । ଏଥିରେ ୨ଟି ସୋଲାର ପ୍ୟାନେଲ୍‌ ଓ ବ୍ୟାଟେରୀ ରହିଛି । ଜିସାଟ୍‌-୩୦ ଯୋଗୁଁ ଭାରତରେ ସଞ୍ଚାର ସେବା ଉନ୍ନତ ହେବ । ଇଣ୍ଟରନେଟର ସ୍ପିଡ୍‌ ବଢ଼ିବା ସହ ଅପହଞ୍ଚ ଇଲାକାରେ ପହଞ୍ଚି ପାରିବ ମୋବାଇଲ ସେବା । ଟେଲିଭିଜନ ଓ  ପାଣିପାଗ ସମ୍ପର୍କିତ ସୂଚନା ମଧ୍ୟ ଦେବ ଜିସାଟ୍‌ ।

ଆସନ୍ତା ୧୫ ବର୍ଷ ପାଇଁ ଏହା ଭାରତ ପାଇଁ କାମ କରିବ । ବର୍ତ୍ତମାନ ଜିସାଟ୍‌ ସିରିଜର ୧୪ଟି ଉପଗ୍ରହ କାମ କରୁଛି । ୨୦୨୦ରେ ଇସ୍ରୋ ପକ୍ଷରୁ ୧୦ଟି ଉପଗ୍ରହକୁ ଉତ୍‌କ୍ଷେପଣ ପାଇଁ ଯୋଜନା ରଖାଯାଇଛି । ସେପଟେ ୨୦୦୫ରେ ଲଞ୍ଚ୍‌ ହୋଇଥିଲା ଇନସାଟ-୪ଏ ସାଟେଲାଇଟ ।

Leave a Reply