ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୦୪୦ଟଙ୍କାରୁ ୨୧୮୩କୁ ବୃଦ୍ଧି

1 min read

ନନ୍ଦିଘୋଷ ବ୍ୟୁରୋ: ଧାନର ଏମଏସପି ବୃଦ୍ଧି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨ହଜାର ୪୦ଟଙ୍କାରୁ ୨ହଜାର ୧୮୩କୁ ବୃଦ୍ଧି । ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏ-ଗ୍ରେଡ ଧାନର ମୂଲ୍ୟ କୁଇଣ୍ଟାଲ ପିଛା ୨୨୦୩ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ବିରିର ସର୍ବନିମ୍ନ ସହାୟକ ମୂଲ୍ୟ ୬୯୫୦କୁ ବୃଦ୍ଧି କରାଯାଇଛି । ବାଦାମ ଏମଏସପି ୬୩୭୭ ଓ ହରଡ଼ ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ୭୦୦୦କୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୁଣି କେନ୍ଦ୍ର ସରକାର ଚାଷୀଙ୍କୁ ଉପହାସ କରିଥିବା କହି ଅସନ୍ତୋଷ ପ୍ରକାଶ କଲା ବିଜେଡି । ଧାନର ଫସଲ ଖର୍ଚ୍ଚ ଉଠିବନି ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯ଶହ ୩୦ ଟଙ୍କା କରିବାକୁ ରାଜ୍ୟ ସରକାର ଦାବି କରିଆସୁଛନ୍ତି । ସେହିଭଳି ଧାନର ଏମଏସପି ବୃଦ୍ଧି ନେଇ କେନ୍ଦ୍ରର ଟାଳଟୁଳ ନୀତିକୁ ସମାଲୋଚନା କରିଛନ୍ତି ଚାଷୀ ନେତା ।