ଆମେରିକା ଦୋକାନରେ ଚାଉଳ ଖାଲି, ଚିନ୍ତାରେ ପ୍ରବାସୀ ଭାରତୀୟ

ଓ୍ବାସିଂଟନ୍: ଚାଉଳ ପାଇଁ ଆମେରିକାରେ ଗମ୍ଭୀର ସ୍ଥିତି । ଦୋକାନରେ ଲୁଟପାଟ୍‌ । ରିଟେଲ ଷ୍ଟୋରରେ ଚାଉଳ ଖାଲି । ଭାରତରୁ ଚାଉଳ ରପ୍ତାନୀ ବନ୍ଦ ପରେ ଆମେରିକାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦେଶରେ ଚାଉଳ ଚାହିଦା ବୃଦ୍ଧି ଯୋଗୁ ରପ୍ତାନୀ ବନ୍ଦ କରିଛି ଭାରତ । ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଏନେଇ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି । ଭାତ ବିନା ଖାଇବା କଥା କଳ୍ପନା କରିପାରୁ ନାହାନ୍ତି ଆମେରିକାରେ ରହୁଥିବା ଭାରତୀୟ । ବିଶେଷକରି ଆମେରିକାରେ ରହୁଥିବା ଦକ୍ଷିଣ ଭାରତୀୟମାନେ ଚିନ୍ତାରେ ପଡ଼ିଛନ୍ତି । ଭାରତରୁ ଚାଉଳ ରପ୍ତାନୀ ବନ୍ଦ ଖବର ଶୁଣିବା ମାତ୍ରେ ବିଭିନ୍ନ ଦୋକାନରେ ଭିଡ଼ ଜମିଥିଲା । ଲାଗିଥିଲା ଲମ୍ବା ଲାଇନ  । ବସ୍ତା ବସ୍ତା ଚାଉଳ କିଣି ସେମାନେ ଘରକୁ ନେଇଯାଇଥିଲେ । ସୁଯୋଗ ଦେଖି ଦୋକାନୀମାନେ ମଧ୍ୟ ଚାଉଳ ଦର ବଢ଼ାଇ ଦେଇଥିଲେ । ଆଗକୁ ଅବସ୍ଥା ଜଟିଳ ହେବାର ଆଶଙ୍କା ରହିଛି ।