ଭାରତରେ ଅତ୍ୟଧିକ ବ୍ୟବହାର ହେଉଛି ଆଣ୍ଟିବାୟୋଟିକ ଟାବଲେଟ

ନୂଆଦିଲ୍ଲୀ: ଭାରତୀୟମାନେ ଅତ୍ୟଧିକ ଆଣ୍ଟିବାୟୋଟିକ୍ ଟାବଲେଟ ବ୍ୟବହାର କରନ୍ତି । ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ବ୍ୟବହାର ହେଉଛି ଅତ୍ୟଧିକ ଆଣ୍ଟିବାୟୋଟିକ୍ ଟାବଲେଟ । କରୋନା ମହାମାରୀ ଓ ଏହା ପୂର୍ବରୁ ଆଜିଥ୍ରୋମାଇସନ ଓ ଅନ୍ୟ ମେଡିସିନ ଅତ୍ୟଧିକ ବ୍ୟବହାର କରିଛନ୍ତି ଭାରତୀୟ । ଭାରତରେ ବ୍ୟବହୃତ ଆଣ୍ଟିବାୟୋଟିକଗୁଡ଼ିକ ମଧ୍ୟରୁ ଅଧିକାଂଶକୁ ସେଣ୍ଟ୍ରାଲ ଡ୍ରଗସ ରେଗୁଲେଟୋରୀ ମଞ୍ଜୁରୀ ମିଳିନି । ଏ ସମ୍ପର୍କିତ ରିପୋର୍ଟ ଦେଇଛି ଲାନସେଟ ଜର୍ଣ୍ଣାଲ ।

ନୂଆଦିଲ୍ଲୀସ୍ଥିତ ପବ୍ଲିକ ହେଲଥ୍ ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ଏକ ଷ୍ଟଡିରୁ ଏହି ସୂଚନା ମିଳିଛି । ଏହାଛଡ଼ା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରେଗୁଲେଟୋରୀ ପାଓ୍ବାର ମଧ୍ୟରେ ତାଳମେଳ ରହୁ ନଥିବାରୁ ଆଣ୍ଟିବାୟୋଟିକ୍ ମେଡିସିନର ଉପଲବ୍ଧତା ଓ ବିକ୍ରି ବଢୁଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ୯ ହଜାର ଫାର୍ମା ଟ୍ରାକ୍, ଘରୋଇ ମେଡିସିନ ଷ୍ଟୋର ଡାଟାକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି ଦିଲ୍ଲୀର ପବ୍ଲିକ ହେଲଥ ଫାଉଣ୍ଡେସନ ।