ପଞ୍ଜାବରେ ଆପର ବିଜୟ, ସୋସିଆଲ ମିଡିଆ ଟ୍ରେଣ୍ଡରେ ଜେଲେନସ୍କି

1 min read

ଅମୃତସର: ଆମ୍ ଆଦମୀ ପାର୍ଟିର ଝାଡୁରେ ସଫା ହୋଇଗଲେ ପଞ୍ଜାବରେ ବିରୋଧୀ । ହରିଲେ କଂଗ୍ରେସର ତୁଙ୍ଗ ନେତା । ଆଜି ଭୋଟ୍ ଗଣତି ଆରମ୍ଭ ହେବା ମାତ୍ରେ କ୍ଷମତାଶୀନ କଂଗ୍ରେସ ଶିବିରରେ ଖେଳି ଯାଇଥିଲା ନୈରାଶ୍ୟ । ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ୯୨ ଆସନରେ ଆଗୁଆ ଆପ୍ । ବିଶେଷ କରି ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଚର୍ଚ୍ଚା ଆପର ବୃହତ ବିଜୟକୁ ନେଇ ନୁହେଁ, ବରଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ନେଇ । ଭଗବନ୍ତ ଏବଂ ଜେଲେନସ୍କିଙ୍କୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ସୋସିଆଲ ମିଡିଆ ୟୁଜର୍ସ ଆପ୍ ମୁଖ୍ୟମନ୍ତ୍ରୀ ଫଷସ ଭଗବନ୍ତଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ତୁଳନା କରାଯାଉଛି । ଏମିତି ହେବାର କାରଣ ମଧ୍ୟ ରହିଛି । କାରଣଟି ହେଲା, ଜେଲେନସ୍କି ମଧ୍ୟ ଭଗବନ୍ତ ମାନଙ୍କ ଭଳି କେବେ ହାସ୍ୟ ଅଭିନେତା (କମେଡିଆନ) ଥିଲେ ।

ୟୁକ୍ରେନର ଲୋକପ୍ରିୟ କମେଡି ଶୋ’ KVNରେ ଆସୁଥିଲେ । ୨୦୦୩ ପର୍ଯ୍ୟନ୍ତ ସେ ଏହି କମେଡି ଶୋ’ର ଅଂଶ ଥିଲେ । ଟିଭି ବ୍ୟତୀତ ଜେଲେନସ୍କି ଫିଲ୍ମ ୮ ଫାର୍ଷ୍ଟ ଡେଟ୍ସ (୨୦୧୨) ଓ ୮ ନ୍ୟୁ ଡେଟ୍ସ (୨୦୧୫)ରେ କାମ କରିଛନ୍ତି ।

ସେହିପରି ଭଗବନ୍ତ ମାନ ରାଜନୀତିକୁ ଆସିବା ପୂର୍ବରୁ ନ୍ୟାସନାଲ ଚ୍ୟାନେଲ ଟିଭି ଚ୍ୟାନେଲ ସହ ଏକାଧିକ କମେଡି ଶୋରେ କାମ କରିସାରିଛନ୍ତି । ତାଙ୍କ ଶୋ’ ‘ଜୁଗନୁ ମସ୍ତ ମସ୍ତ’ ବହୁତ ଲୋକପ୍ରିୟ ହୋଇଥିଲା ।

ତଳେ ଦେଖନ୍ତୁ ଭଗବନ୍ତ ମାନ ଏବଂ ଜେଲେନସ୍କିଙ୍କୁ ନେଇ ହୋଇଥିବା କିଛି ଟ୍ବିଟ୍…