WWEରେ ବୀର ମହାନ: ଅନ୍ତର୍ଜାତୀୟ ମଞ୍ଚରେ ଆଉ ଜଣେ ଭାରତୀୟଙ୍କ କମାଲ

1 min read

ନୂଆଦିଲ୍ଲୀ: ଅଣ୍ଡର ଟେକର, ଜନ ସିନା, କେନ୍, ଦ’ ରକଙ୍କ ଭଳି ସୁପରଷ୍ଟାର  ଯେତେବେଳେ WWEରେ ଶୀର୍ଷରେ ଥିଲେ, ସେତେବେଳେ ଭାରତୀୟ ବଡ଼ି ବିଲଡର ଦ’ ଗ୍ରେଟ ଖଲ୍ଲି ବି ମାର୍କେଟରେ ଷ୍ଟାର ତାଲିକାରେ ଥିଲେ । ଗ୍ରେଟ ଖଲ୍ଲୀ ବିଶ୍ବରେ ପରିଚିତ ଥିଲେ, କାଫି ଲୋକପ୍ରିୟତା ବି ରହିଥିଲେ । ଆଉ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ଆଉ ଜଣେ ଭାରତୀୟ । ସୋସିଆଲ ମିଡ଼ିଆରେ ଜବରଦସ୍ତ କମାଲ କରୁଛନ୍ତି ବୀର ମହାନ । ଭାରତୀୟ ଲୁକରେ WWEରେ ପ୍ରବେଶ କରିଥିବା ବୀର ମହାନଙ୍କ ଷ୍ଟାଇଲ ଏବଂ ଅନ୍ଦାଜ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

କିନ୍ତୁ ପ୍ରଶ୍ନ ହେବା ସ୍ବଭାବିକ ଯେ, କିଏ ଏହି ବୀର ମହାନ ଏବଂ କାହିଁକି ତାଙ୍କର ଏତେ ପପୁଲାରିଟ୍ ?

ବୀର ମହାନ କିଏ ?

ଉତ୍ତରପ୍ରଦେଶର ଏଚ ଛୋଟ ଗାଁରେ ଜନ୍ମିତ ବୀର ମହାନଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରା, ବେସ ରୋମାଞ୍ଚପୂର୍ଣ୍ଣ ।  ବୀର ମହାନଙ୍କ ନାଁ- ରିଙ୍କୁ ସିଂହ ରାଜପୁତ । ୟୁପିର ରବି ଦାସ ନଗର ଜିଲ୍ଲା ଅନ୍ତର୍ଗତ ଗୋପଗଞ୍ଜ ହେଉଛି ବୀରଙ୍କ ଜନ୍ମିତ ଗାଁ । ୧୯୮୮ ମସିହାରେ ଉକ୍ତ ଗାଁରେ ଜନ୍ମ ନିଅନ୍ତି ରିଙ୍କୁ ସିଂହ ରାଜପୁତ ଓରଫ ବୀର ମହାନ୍ । ରିଙ୍କୁଙ୍କ ବାପା ଜଣେ ଟ୍ରକ ଚାଳକ ହୋଇଥିବାବେଳେ, ଏମାନେ ୯ ଜଣ ଭାଇ-ଭଉଣୀ । ମାଆ ଗୃହିଣୀ ଭାବେ କାର୍ଯ୍ୟ କରିଆସୁଥିବାବେଳେ ସମସ୍ତେ ଗୋପଗଞ୍ଜ ଗାଁରେ ହିଁ ରହିଆସିଛନ୍ତି । ପିଲାବେଳୁ ଖେଳିବା ଓ କୁସ୍ତି ଲଢିବା ନେଇ ରିଙ୍କୁଙ୍କ ନିକଟରେ ଆଗ୍ରହ ଦେଖିବାକୁ  ମିଳିଛି ।

ଯେତେବେଳେ ରିଙ୍କୁ ସ୍କୁଲରେ ଅଧ୍ୟୟନ କରନ୍ତି, ସେତେବେଳେ ଖେଳ ପ୍ରତି ତାଙ୍କର ଆଗ୍ରହ ଆହୁରି ପ୍ରକାଶ ପାଇଥିଲା । ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଭାଗ ନେଇ ଜୁନିୟର ନ୍ୟାସନାଲ ପଦକ ମଧ୍ୟ ହାସଲ କରିଛନ୍ତି ରିଙ୍କୁ । ଏହାପରେ ଗୁରୁ ଗୋବିନ୍ଦ ସିଂ ସ୍ପୋର୍ଟସ କଲେଜରେ ନାମ ଲେଖାଇଥିଲେ । ୨୦୦୮ ମସିହାରେ ରିଙ୍କୁ ମିଲିୟନ ଡଲାର୍ସ ଆର୍ମ ନାମକ ଏକ ଭାରତୀୟ ଟିଭି ରିୟଲିଟି ଶୋ’ରେ ଭାଗ ନେଇ ପରିଚିତ ହାସଲ କରିଥିଲେ । ଯଦି ସେ ବେସବଲ ଫିଙ୍ଗା ପ୍ରତିଯୋଗିତାରେ ପ୍ରଥମ କରି ଭାଗ ନେଇଥିଲେ, କିନ୍ତୁ ନିଜର ସୁଗଠିତ ଶରୀର ଓ କଠୋର ପରିଶ୍ରମ ବଳରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ଆମେରିକାରେ ରହି ଅଧିକ ବେସ ବଲ ଖେଳ ପ୍ରାକ୍ଟିସ କରିବା ସହ ପ୍ରଥମ ଭାରତୀୟ ଭାବେ ଅନେକ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ସେପଟେ ଭାରତୀୟ ଖେଳାଳି ସୌରଭ ଗୁର୍ଜରଙ୍କ ସହ WWE NXTରେ ଭାଗ ନେଇଥିଲେ । ଦ ଏଣ୍ଡସ ସେର ନାମରେ ଗ୍ରୁପ ଗଢିଥିଲେ । ପ୍ରତିଯୋଗିତାରେ ପ୍ରଥମରୁ ରିଙ୍କୁ ନାମରେ ଚର୍ଚ୍ଚା ସାଉଁଟିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଟିମରେ ଯୋଡି ହୋଇଥିଲେ ଜିନ୍ଦର ନାମକ ଜଣେ ସଦସ୍ୟ । ଏହି ଟିମ୍ ଲଗାତାର ୧୨ଟି ମୁକାବିଲା ଜିତିବାକୁ ସଫଳ ହୋଇଥିଲା ଏବଂ ରିଙ୍କୁରୁ ବୀର ନାମରେ ଫେମସ ହୋଇଗଲେ ଭାରତୀୟ ବଡ଼ି ବିଲଡର ।