ଶ୍ରୀଲଙ୍କା-ଭାରତ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

1 min read

ପୁଣେ: ଆଉ କିଛି ସମୟ ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ମ୍ୟାଚ୍ ଖେଳାଯିବ । ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ସେହିପରି ଆହ୍ୱାନ କ୍ରମେ ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା ଦଳ । ଆଜିର ମ୍ୟାଚରେ ରାହୁଲ ତ୍ରିପାଠୀ ଟି-୨୦ରେ ନିଜର ଡେବୁଟ କରିବେ ।

ଗତ ମ୍ୟାଚରେ ଶୁଭମନ ଗିଲ୍ ଓ ଶିଭମ ମାଭି ଡେବ୍ୟୁ କରିଥିଲେ । ସଞ୍ଜୁ ସାମସନ୍ ଗତ ମ୍ୟାଚରେ ଫିଲ୍ଡିଂ ସମୟରେ ଆହତ ହୋଇଥିଲେ । ତାଙ୍କ ସ୍ଥାନରେ ରାହୁଲଙ୍କୁ ସ୍ଥାନ ମିଳିଛି । ଗତ ଟି-୨୦ ମ୍ୟାଚରେ ଭାରତ ମାତ୍ର ୨ ରନରେ ଶ୍ରୀଲଙ୍କାକୁ ପରାସ୍ଥ କରିଥିଲା । ଶିଭମ ମାଭି ନିଜର ଡେବ୍ୟୁ ମ୍ୟଚରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ୪ଟି ୱିକେଟ୍ ଅକ୍ତିଆର୍ କରିଥିଲେ । ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରଜରେ ୧-୦ରେ ଆଗୁଆ ଥିବା ଭାରତୀୟ ଦଳ ଆଜିର ମ୍ୟାଚ ଜିତିବା ପାଇଁ ସମ୍ପୂର୍ଣ୍ଣ ଉଦ୍ୟମ କରିବ । କାରଣ ଆଜିର ମ୍ୟାଚ ଜିତିଲେ ଦଳ ସିରିଜ୍ ମଧ୍ୟ ଜିତିବ । ସେହିପରି ସିରିଜରେ ରହିବାକୁ ହେଲେ ଆଜିର ମ୍ୟାଚ ଶ୍ରୀଲଙ୍କାକୁ ଜିତିବା ପାଇଁ ପଡ଼ିବ ।

ଶ୍ରୀଲଙ୍କା ଦଳ: ପଥୁମ ନିଶାଙ୍କ, କୁସଲ ମେଣ୍ଡିସ (ୱିକେଟକିପର), ଧନଞ୍ଜୟ ଡି ସିଲଭା, ଚରିଥ ଅସାଲଙ୍କା, ଭାନୁକା ରାଜପକ୍ଷ, ଦାସୁନ ଶନକା (ଅଧିନାୟକ),  ୱାନିନ୍ଦୁ ହସରଙ୍ଗା, ଚମିକା କରୁନାରତ୍ନେ, ମହିଶ ଥିକଶନା, କସୁନ ରଜିଥା, ଦିଲଶାନ ମଦୁଶଙ୍କା ।

ଭାରତୀୟ ଦଳ: ଇଶାନ କିଷନ (ୱିକେଟ କିପର), ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ୍ଡା, ଅକ୍ସର ପଟେଲ, ଶିଭମ ମାଭି, ଉମରାନ ମଲିକ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ ।