ଭାରତ-ଶ୍ରୀଲଙ୍କା ମହିଳା ଟି-୨୦: ଶେଷ ମ୍ୟାଚ୍ ଜିତିଲା ଶ୍ରୀଲଙ୍କା, ସିରିଜ୍ ବିଜୟୀ ଭାରତ

1 min read

ଡମ୍ବୁଲା: ଭାରତୀୟ ମହିଳା କ୍ରିକେଟ ଦଳ ଏବେ ଶ୍ରୀଲଙ୍କ ଗସ୍ତରେ ଅଛି  । ଆଜି ଡମ୍ବୁଲ୍ଲାର ରଣଗିରି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ ଶ୍ରୀଲଙ୍କା ମହିଳା ଦଳ ଜିତିଛି  । ହେଲେ ଭାରତୀୟ ଦଳ ଶେଷ ମ୍ୟାଚରେ ପରାଜୟ ସହ ୨-୧ରେ ସିରିଜ ଜିତିଛି  ।

ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ବିନିମୟରେ ୧୩୮ ରନ୍ ସଂଗ୍ରହ କରିଥିଲା  । ଭାରତୀୟ ଦଳ ପକ୍ଷରୁ ସର୍ବାଧିକ ୩୯ ରନ୍ କରି ଅଧିନାୟକ ହରମନପ୍ରୀତ କୌର ନଟଆଉଟ୍ ରହିଥିଲେ  । ତେବେ ଶ୍ରୀଲଙ୍କା ଦଳ ୧୩୯ ରନର ବିଜୟ ଲକ୍ଷ୍ୟକୁ ୧୭ ଓଭରରେ ୩ ୱିକେଟ ବିନିମୟରେ ପୂରା କରିଥିଲା  । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଚମାରି ଅଥପତ୍ଥୁ ୪୮ଟି ବଲ୍ ଖେଳି ସର୍ବାଧିକ ୮୦ ରନ୍ କରି ନଟଆଉଟ୍ ରହିଥିଲେ  । ଭାରତ ପକ୍ଷରୁ ରେଣୁକା ସିଂ ଏବଂ ରାଧା ଯାଦବ ଗୋଟିଏ ଲେଖାଏଁ ୱିକେଟ ନେବାକୁ ସକ୍ଷମ ହୋଇଥିଲେ  ।

 

ଶେଷ ମ୍ୟାଚରେ ଭାରତକୁ ପରାଜୟ ମିଳିଛି ସତ ହେଲେ ସିରିଜ୍ ବିଜୟୀ ହୋଇଛି  । ତିନି ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜ୍ ଭାରତୀୟ କ୍ରିକେଟ ଦଳ ଜିତିଛି  । ୨୩ ଏବଂ ୨୫ ତାରିଖରେ ଖେଳାଯାଇଥିବା ପ୍ରଥମ ଏବଂ ଦ୍ୱିତୀୟ ମ୍ୟାଚ ଭାରତୀୟ ଦଳ ଜିତିଥିଲେ  । ଗତ ୨୩ ତାରିଖରୁ ଆସନ୍ତା ମାସ ୭ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କା ଗସ୍ତରେ ଅଛି ଭାରତୀୟ ଟିମ୍  । ଆସନ୍ତା ୧ ତାରିଖରୁ ପ୍ରଥମ ଦିନିକିଆ ମ୍ୟାଚ ଆରମ୍ଭ ହେବ  । ଦିନିକିଆରେ ମଧ୍ୟ ସିରିଜ୍ ବିଜୟର ଲକ୍ଷ୍ୟ ରଖିଛି ଭାରତୀୟ ମହିଳା ଦଳ  ।