ଖାଇବା ପସନ୍ଦ ଆସିଲାନି ବୋଲି ବିନା କନ୍ୟାରେ ଫେରିଗଲେ ବରଯାତ୍ରୀ

Dial 100 For Marriage Permission In Bhubaneswar During Lockdown

ନୂଆଦିଲ୍ଲୀ: ବିବାହରେ, ପିଉସା ଏବଂ ଭିଣୋଇଙ୍କ ଅସନ୍ତୋଷ ଏକ ବଡ଼ ପ୍ରସଙ୍ଗ । ଯେଉଁ କାରଣରୁ ଅନେକ ଥର ବିବାହ ଭାଙ୍ଗିଯାଏ । ଆଲିଗଡ଼ରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି । କନ୍ୟା ଘର ଭୋଜିରେ ରୋଷେଇ ହୋଇଥିବା ଖାଇବା ବର ଘର ଲୋକଙ୍କୁ ପସନ୍ଦ ଆସିନଥିଲା । ସେଥିପାଇଁ କନ୍ୟାର ଭାଇ ବରର ଭିଣୋଇ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା ।

ଏହି ମାମଲାକୁ ନେଇ ବିବାଦ ଲାଗି ରହିଥିଲା । ମାଡ଼ଗଡ଼ି ହେବା ପରେ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା । ପୋଲିସ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଫଳ ମିଳିଲା ନାହିଁ । ବର ପକ୍ଷ ଏତେ ରାଗିଯାଇଥିଲେ ଯେ ବରଯାତ୍ରୀଙ୍କୁ ନେଇ କନ୍ୟା ବିନା ପଳାଇଥିଲେ । ବାହା ହେବା ପାଇଁ ବସିଥିବା କନ୍ୟାକୁ ମଧ୍ୟ ସାଙ୍ଗରେ ନେଇ ନଥିଲେ । ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନା ଅନୁଯାୟୀ, ବୁଧବାର ରାତିରେ ଜାୱାର ସିକନ୍ଦରପୁର କୋଟା ଠାରେ ବୁଲନ୍ଦଶହର ଖୁର୍ଜା ଠାରୁ ବରଯାତ୍ର ଆସିଥିଲା । ସବୁକିଛି ଠିକ୍ ଚାଲିଥିଲା । ଡିଜେରେ ବରଯାତ୍ରୀ ଧୁମଧାମରେ ନାଚୁଥିଲେ । ବିବାହର ରୀତିନୀତି  ମଧ୍ୟ ପ୍ରାୟ ସଂପୂର୍ଣ୍ଣ ହୋଇଆସୁଥିଲା । କିନ୍ତୁ ଯେତେବେଳେ ପିଉସା ଏବଂ ଭିଣୋଇ ଖାଦ୍ୟ ଖାଇବା ଆରମ୍ଭ କଲେ, ସେତେବେଳେ ସେ ଝିଅ ସାମ୍ନାରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଝିଅର ଭାଇ ତାଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ  ଝଗଡ଼ା ମାଡ଼ଗଡ଼ି ପର୍ଯ୍ୟନ୍ତ ପର୍ଯ୍ୟନ୍ତି ପହଞ୍ଚିଗଲଶ । ଯେଉଁଥିପାଇଁ ଝିଅ ଘର ଲୋକେ ପୋଲିସ୍‌କୁ ଡ଼ାକିଥିଲେ ।

Leave a Reply