ସାଫ ୨୦ ବର୍ଷରୁ କମ୍ ଫୁଟବଲ ଚାମ୍ପିଅନସିପ୍: ନେପାଳ ବିପକ୍ଷ ମ୍ୟାଚ୍ ଜିତିଲା ଭାରତ

1 min read

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମଠାରେ ଖେଳାଯାଉଥିବା ସାଫ୍ ୨୦ ବର୍ଷରୁ କମ୍ ଫୁଟବଲ ୨୦୨୨ ଚାମ୍ପିଅନସିପରେ ଭାରତୀୟ ଫୁଟବଲ ଦଳକୁ ସଫଳତା ମିଳିଛି । ନେପାଳ ବିପକ୍ଷରେ ଭାରତ ୮-୦ ଗୋଲରେ ବିଜୟ ଲାଭ କରିଛି । ଏହି ବିଜୟ ସହ ଲଗାତାର ଭାରତ ଦ୍ଵିତୀୟ ମ୍ୟାଚ୍ ଜିତିଛି । ଭାରତୀୟ ଖେଳାଳିମାନେ ନେପାଳକୁ ଖାତା ଖୋଲିବା ପାଇଁ ସୁଯୋଗ ଦେଇନଥିଲେ । ଗୋଟିଏ ପରେ ଗୋଟିଏ ଗୋଲ୍ କରି ନେପାଳକୁ ଧରାଶାୟୀ କରିଦେଇଥିଲେ । ଭାରତ ପକ୍ଷରୁ ସୁନ୍ଦର ଗୋଗୋଇ ମ୍ୟାଚର ୫୦ ମିନିଟ ଓ ୫୨ ମିନିଟରେ ଦୁଇଟି ଗୋଲ୍ କରିଥିଲେ ।

ସେହିପରି ଟାଇସନ ସିଂ ମ୍ୟାଚର ୨୦ ମିନିଟ, ୬୩ ମିନିଟରେ ଦୁଇଟି ଗୋଲ୍ କରିଥିଲେ । ହିମାଂଶୁ ଜଙ୍ଗରା ( ୭୧ ମିନିଟ), ଓଡ଼ିଆ ଖେଳାଳି ଟଙ୍କଧର ବାଗ ( ୭୮ ମିନିଟ ), ରେ ଟାଇସନ ସିଂ, ଗୁରକିରତ ସିଂ ( ମ୍ୟାଚର ୮୯ ମିନିଟ ), ଶୁଭୋ ପଲ ( ମ୍ୟାଚର ୯୩ ମିନିଟରେ) ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଛନ୍ତି । ଭାରତ ପରବର୍ତ୍ତୀ ମ୍ୟାଚ ମାଳଦ୍ବୀପ ବିପକ୍ଷରେ ଖେଳିବ ।