୭୩ ବର୍ଷ ଧରି ଚାଲୁଛି ମାଗଣା ଟ୍ରେନ, ନା ଟିକେଟ  ନା ଟିଟିଇ..

1 min read

ହିମାଚଳ ପ୍ରଦେଶ : ଟ୍ରେନରେ ଯାତ୍ରା କରୁଥିବା ସମୟରେ ସମସ୍ତଙ୍କୁ ଏହାର ଭଡା ଦେବାକୁ ପଡିଥାଏ ।  ମାଗଣାରେ ଟ୍ରେନରେ ଯାତ୍ରା କରିବା କଥା କେବେ ଶୁଣିଛନ୍ତି?  ଯଦି ଶୁଣି ନାହାଁନ୍ତି ତେବେ ଆଜି ଜାଣନ୍ତୁ। ଏମିତି ଗୋଟିଏ ଟ୍ରେନ ଅଛି ଯେଉଁ ଥିରେ ଯାତ୍ରା କରିବାକୁ ଦେବାକୁ ପଡେନି ଟଙ୍କା।  । ଆଉ ସେହିଭଳି ଗୋଟିଏ ଟ୍ରେନ ଆମରି ଦେଶରେ ଚାଲୁଛି । ଯେଉଁଥିରେ ଯାତ୍ରା କରିଲେ ପଇସା ଦେବାକୁ ପଡିନଥାଏ । ଦିନେ କି ଦୁଇ ଦିନ ପାଇଁ ନୁହେଁ ବରଂ ବର୍ଷ ସାରା ମାଗଣାରେ ଯାତ୍ରା କରି ପାରିବେ ଏହି ଟ୍ରେନରେ । କଥାଟା ଆପଣ ମାନଙ୍କ ପାଇଁ ବିଶ୍ୱାସ କରିବା ସମ୍ଭବ ହୋଇନପାରେ । ଆଜି ଆମେ ଆପଣଙ୍କୁ ଏହାର ସତ୍ୟତା ସଂପର୍କରେ ଜଣାଇବୁ ।

ଭାରତର ଏମିତି ଏକ ସ୍ୱତନ୍ତ୍ର ତଥା ଅନୋଖା ଟ୍ରେନ ରହିଛି , ଯେଉଁଥିରେ କୌଣସି ଟିଟିଇ ନଥାନ୍ତି । ହଁ ଆଜ୍ଞା ଆପଣମାନେ ଠିକ୍ ଶୁଣୁଛନ୍ତି । ବର୍ଷସାରା ଲୋକମାନେ ମାଗଣାରେ ଯାତ୍ରା କରିଥାନ୍ତି । ଟ୍ରେନକୁ ଭାରତର ମେରୁଦଣ୍ଡ କହିଲେ କିଛି ଭୁଲ ହେବ ନାହିଁ । ଟ୍ରେନ ବିନା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଯାତ୍ରା କରିବା ଅସମ୍ଭବ ହୋଇପଡିବ । ଟ୍ରେନର ଯାତ୍ରା ସାଧାରଣରେ ବସ, କାର କିମ୍ବା ଉଡାଯାହାଜ ମାନଙ୍କଠାରୁ ଶସ୍ତା ଏବଂ ଖୁବ ଆରାମଦାୟକ ରହିଥାଏ । ଅଳ୍ପ କିଛି ଖର୍ଚ୍ଚରେ ହିଁ ଲୋକେ ଅନେକ ଦୂର ସହଜରେ ଯାତ୍ରା କରିଥାନ୍ତି ।

କିନ୍ତୁ ଆଜି ଆମେ ଯେଉଁ ଟ୍ରେନ କଥା କହୁଛୁ , ଯେଉଁଥିରେ ଯାତ୍ରା କରିବା ପାଇଁ ଆପଣଙ୍କୁ ଗୋଟିଏ ଟଙ୍କା ବି ଦେବାକୁ ପଡିବନି । ହଁ ଆଜ୍ଞା ଏହା ଏଭଳି ଏକ ଅଜବ ଟ୍ରେନ ୍‌ଯାହାକି ଦୀର୍ଘ ୭୩ ବର୍ଷରୁ ଲୋକଙ୍କୁ ମାଗଣା ଯାତ୍ରା କରାଉଛି । ମୁଖ୍ୟ କଥା ହେଉଛି ଏଥିରେ ଟିଟିଇ ନାହାନ୍ତି । ଆମେ କହୁଛୁ ଭାକରା-ନଂଗଲ ଟ୍ରେନ କଥା । ଏହି ଟ୍ରେନଟି ଡ୍ୟାମର ପାଖ ଦେଇ ଯାଇ ଥାଏ । ଏହା ପଂଜାବର ବର୍ଡର ଅଂଚଳ ଦେଇ ହିମାଚଳ ପ୍ରଦେଶ ପର୍ଯ୍ୟନ୍ତ ଯାଇଥାଏ । ଟ୍ରେନଟି ଭାକରାରୁ ନେଇ ନଂଗଲ ପର୍ଯ୍ୟନ୍ତ ଚାଲିଥାଏ । ୧୩ କିଲୋମିଟରର ଏହି ଯାତ୍ରା ସବୁଠାରୁ ସୁନ୍ଦର ଅନୁଭବ କହିଲେ କିଛି ଭୁଲ ହେବନି ।

ଏହି ଭାକରା-ନଂଗଲ ଟ୍ରେନଟି ସତଜଲ ନଦୀର କୂଳେ କୁଳେ ଯାଇ ଥାଏ , ଏହା ସହ ଶିବାଲିକ ପାହାଡଗୁଡିକର ସେହି ଅନନ୍ୟ ଦୃଶ୍ୟ ସବୁର ଯାତ୍ରୀମାନେ ଭରପୁର ମଜା ଉଠାଇ ଥାଆନ୍ତି । ସୂଚନା ରହିଛି ପୂର୍ବେ ଭାକରା ବିୟାସ ମ୍ୟାନେଜମେଂଟ ବୋର୍ଡ ଦ୍ୱାରା ଏସବୁ ପରିଚାଳନା କରାଯାଉଥିଲା । କିଛି ବର୍ଷ ତଳେ ମ୍ୟାନେଜମେଂଟ ବୋର୍ଡକୁ ଏଥିପାଇଁ ଅନେକ କ୍ଷତି ଦେଇ ଗତିକରିବାକୁ ପଡିଥିଲା । ତଥାପି କିନ୍ତୁ ଏଥିରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ଶେଷରେ ଟ୍ରେନଟିକୁ ଏକ ଐତିହ ବୋଲି ମାନିବାକୁ ବୋର୍ଡ ତରଫରୁ ନିଷ୍ପତ୍ତି ନିଆଗଲା । ଏକ ସର୍ଭେ ରିପୋର୍ଟ ଆଧାରରେ ଜଣା ପଡିଛି ଯେ, ଦୀର୍ଘ ୭୩ ବର୍ଷରୁ ଏହି ଟ୍ରେନରେ ଯାତ୍ରା କରିବା ପାଇଁ କିଛି ବି ଭଡା ନିଆଯାଏନାହିଁ ନା କୌଣସି ଟିକେଟର ଆବଶ୍ୟକତା ପଡେ । ସେଥିଲାଗି କୌଣସି ଟିଟିଇଙ୍କର ଆବଶ୍ୟକତା ପଡିନାହିଁ ।

ପ୍ରଥମେ ଏହି ଟ୍ରେନଟିକୁ ବାମ୍ଫର ଇଂଜିନ ଦ୍ୱାରା ପରିଚାଳିତ କରାଯାଉଥିଲା । ବର୍ତ୍ତମାନ କିନ୍ତୁ ଏହାକୁ ଡିଜେଲ ଇଂଜିନ ଦ୍ୱାରା ଚଲାଯାଉଛି । ଏହା ସହିତ ପ୍ରଥମେ ଟ୍ରେନଟି ୧୦ଟି ଡବାରେ ଚାଲୁଥିବାବେଳେ ଏବେ ମାତ୍ର ୩ଟି ଡବାରେ ଚାଲୁଛି । ଦେନିକ ଏଥିରେ ୩୦୦ରୁ ୫୦୦ ଯାତ୍ରୀ ଯାତ୍ରା କରନ୍ତି ଏବଂ ପର୍ଯ୍ୟଟକମାନେ ମଧ୍ୟ ଏହାର ମଜା ଉଠାଇବା ପାଇଁ ଆସନ୍ତି ।