ଭାରତୀୟ ଟିମକୁ ପ୍ରଂଶସା କଲେ ପୂର୍ବତନ ପାକିସ୍ତାନ ଅଧିନାୟକ

ଇସଲାମବାଦ: ବିଶ୍ବକପ ଫାଇନାଲ ହାରିଛି ଭାରତ । ଦଳର ପ୍ରଦର୍ଶନକୁ ନେଇ ସମାଲୋଚନା କରାଯାଉଛି । ଏହାରି ଭିତରେ ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଆକ୍ରାମ ଟିମ ଇଣ୍ଡିଆର ପ୍ରଂଶସାରେ ଶତମୁଖ । ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ କରିଥିବା ପ୍ରଦର୍ଶନକୁ ନେଇ ସେ ପ୍ରଂଶସା କରିଛନ୍ତି । ଲଗାତାର ୧୦ଟି ମ୍ୟାଚ ଭାରତ ଜିତିଥିବାବେଳେ ଦମଦାର ପ୍ରଦର୍ଶନ କରିଛି । ଖେଳରେ ହାର ଜିତ୍ ରହିଛି । ଏଣୁ ସେହିଦିନ ଭାରତ ପାଇଁ ଭଲ ନଥିଲା ବୋଲି ଭାବିବା କଥା । ଟିମ ଇଣ୍ଡିଆ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଛି । ଦଳ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା । କୋହଲି ଏବଂ ସାମିଙ୍କ ସହ ଦଳର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଏତେ ସମାଲୋଚନା କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛନ୍ତି ଆକ୍ରାମ । ଫାଇନାଲରେ ଭାରତର ପରାଜୟ ପରେ ଖେଳାଳିମାନେ ଭାଙ୍ଗି ପଡ଼ିଛନ୍ତି ନିଶ୍ଚୟ କିନ୍ତୁ ଖେଳରେ ଏହା ରହିଛି । ଏଣୁ ଦୁଃଖ ନକରି ଏଭଳି ଭଲ ଖେଳ ଜାରି ରଖିବା ସହ ସେହିଦିନ ଖରାପ ଦିନ ଥିଲା ଭାବି ଭୁଲିଯିବା ଉଚିତ । ଭାରତ ଚତୁର୍ଥଥର ଫାଇନାଲ ଖେଳିଛି । ଦଳ ଏବେ ଭଲ ଫର୍ମରେ ରହିଛି ।