spot_img

Latest Posts

IND vs AUS: ମୟଙ୍କ ବାହର, ସୈନିଙ୍କ ଟେଷ୍ଟ ଡେବ୍ୟୁ, ସିଡନି ଟେଷ୍ଟ ପାଇଁ ପ୍ଲେଇଂ ଇଲେଭନ୍ ଘୋଷଣା

ସିଡନି : ଅଷ୍ଟ୍ରେଲିଆ ବିରୋଧରେ ୪ ମ୍ୟାଚ ସିରିଜର ତୃତୀୟ ମ୍ୟାଚ୍ ଗୁରୁବାରଠାରୁ ସିଡନୀରେ ଆରମ୍ଭ ହେବାକୁ ଯାଉଛି। ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ଘୋଷଣା ହୋଇଛି। ରୋହିତ ଶର୍ମା ଟିମକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ସେ ଟିମର ଉପଅଧିନାୟକ ରହିବେ। କ୍ୟାପ୍ଟେନ ଅଞ୍ଜିକେୟ ରହାଣେଙ୍କ ସାମ୍ନାରେ ସିଡନି କ୍ରିକେଟ୍ ଗ୍ରାଉଣ୍ଡରେ ୪୩ ବର୍ଷ ପରେ ଟେଷ୍ଟ ବିଜୟର ଲକ୍ଷ୍ୟ ରହିବ।

ପେସର ନବଦୀପ ସୈନି ଏହି ମ୍ୟାଚରୁ ଟେଷ୍ଟ୍ ଡେବ୍ୟୁ କରିବେ । ସିରିଜ୍ ଏବେ ୧-୧ ଭାବେ ଡ୍ର ରହିଛି । ନିୟମିତ କ୍ୟାପ୍ଟେନ୍ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତୀୟ ଟିମ୍ ମେଲବର୍ଣ୍ଣ ଟେଷ୍ଟର ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରିଥିଲା । ଏହାପୂର୍ବରୁ ଟିମ ଇଣ୍ଡିଆକୁ ଏଡିଲାଡରେ ପରାଜୟର ମୁହଁ ଦେଖିବାକୁ ମିଳିଥିଲା । ଏଡିଲାଡ ଟେଷ୍ଟର ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ମାତ୍ର ୩୬ରନରେ ଇନିଂସ ଘୋଷଣା କରିଥିଲା ।

ସିଡନି ଟେଷ୍ଟରୁ ଓପନିଂ ବୋଲର ମୟଙ୍କ ଅଗ୍ରୱାଲକୁ ବାଦ ଦିଆଯାଇଛି । ଅନ୍ୟପକ୍ଷରେ କେଏଲ ରାହୁଲ ଆହତ ଥିବାରୁ ହନୁମା ବିହାରୀଙ୍କ ସ୍ଥାନ ପ୍ଲେଇଂ ଇଲେଭେନର ଅପରିବର୍ତ୍ତିତ ରହିଛି । ବିହାରୀ ଗତ ତିନି ଇନିଂସରେ ମାତ୍ର ୪୫ ରନ୍ କରିଛନ୍ତି ।

ସିଡନି ଟେଷ୍ଟ : ପ୍ଲେଇଂ ଇଲେଭେନ୍

ଅଞ୍ଜିକେୟ ରହାଣେ (କ୍ୟାପ୍ଟେନ୍),ରୋହିତ ଶର୍ମା (ଉପ କ୍ୟାପ୍ଟେନ),ଶୁଭମନ ଗିଲ,ଚେତେଶ୍ୱର ପୁଜାରା,ହନୁମା ବିହାରି,ଋଷଭ ପନ୍ତ(ୱିକେଟ୍ କିପର) ରବିନ୍ଦ୍ର ଜାଡେଜ,ରବିଚନ୍ଦ୍ରନ ଅଶ୍ୱିନ,ଜସପ୍ରିତ ବୁମରାହ,ମହମ୍ମଦ ସିରାଜ,ନବଦୀପ ସୈନି (ଡେବ୍ୟୁ)

Latest Posts

Don't Miss