ଖାର୍କିବରେ କୌଣସି ବି ଭାରତୀୟ ପଣବନ୍ଦୀ ନାହାଁନ୍ତି
କିଭ୍: ୟୁକ୍ରେନ ଉପରେ ଆକ୍ରମଣ ମଧ୍ୟରେ ଖାର୍କିବରେ ଶତାଧିକ ଭାରତୀୟ ଛାତ୍ରଛାତ୍ରୀ ପଣବନ୍ଦୀ ଥିବା କହିଥିଲା ଋଷ । ଏବେ ଏହା ଉପରେ ଜବାବ ରଖିଛି ଭାରତ । ଋଷ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଥିଲେ ଯେ, ୟୁକ୍ରେନ ସୀମା ଛାଡି ବେଲଗୋରୋଡ ଯାଉଥିବା ବେଳେ, ଅନେକ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ କର୍ତ୍ତୃପକ୍ଷ ବଳପୂର୍ବକ ପଣବନ୍ଦୀ କରି ନେଇଛନ୍ତି ।
ତେବେ ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି ୟୁକ୍ରେନରେ ଭାରତ ଛାତ୍ରଛାତ୍ରୀଙ୍କି ପଣବନ୍ଦୀ କରାଯାଇଥିବା କୌଣସି ସୂଚନା ମିଳିନାହିଁ । ସେ କହିଛନ୍ତି ଯେ ଭାରତୀୟଙ୍କୁ ପଠାଇବା ପାଇଁ ୟ୍ରୁକ୍ରେନ କର୍ତ୍ତୃପକ୍ଷଙ୍କ ଠାରୁ ଯଥେଷ୍ଟ ସାହାଯ୍ୟ ମିଳୁଛି । ଯୁଦ୍ଧଗ୍ରସ୍ତ ଦେଶରେ ଥିବା ଭାରତୀୟଙ୍କ ସହ ବୈଦେଶିକ ମନ୍ତ୍ରଣାଳୟ ଯୋଗାଯୋଗରେ ରହିଛି । ଏବଂ କୌଣସି ବି ବିଦ୍ୟାର୍ଥୀଙ୍କ ବିଷୟରେ ପଣବନ୍ଦୀ ହେବାର ଭଳି କୌଣସି ସୂଚନା ନାହିଁ । ଆମେ ୟୁକ୍ରେନ ଅଧିକାରୀଙ୍କୁ ବିଶେଷ ଟ୍ରେନର ବ୍ୟବସ୍ଥା କରିବାକୁ କହିଛୁ, ଯେମିତି କି ବିଦ୍ୟାର୍ଥୀମାନଙ୍କୁ ଖାର୍କିବରୁ ଦେଶର ପଶ୍ଚିମ ସୀମାରେ ଥିବା ଦେଶକୁ ନିଆଯାଇପାରିବ ।
ଏହାପୂର୍ବରୁ ଋଷ ସେନା ପ୍ରବକ୍ତା କହିଥିଲା ଯେ, ୟୁକ୍ରେନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ କରି ରଖିଛି । ଏବଂ ଋଷ ସେନା ସେମାନଙ୍କୁ ସୁରକ୍ଷିତ ଦେଶକୁ ଫେରିବାକୁ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି । ସେମାନେ ଋଷର ବିମାନ କିମ୍ବା ଭାରତ ବିମାନ ସାହାଯ୍ୟରେ ଛାତ୍ରଛାତ୍ରୀ ଭାରତକୁ ଆଣିବେ ।
ଋଷର ଏହି ଦାବିର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ବର୍ତ୍ତାଳପ କରିଥିଲେ ଏବଂ ପୂର୍ବ ୟୁକ୍ରେନର ଖାର୍କିବର ପରିସ୍ଥିତି ଉପରେ ଚର୍ଚ୍ଚା କରିଥିଲେ । ତେବେ ଖାର୍କିବରେ ଏକ ହଜାରରୁ ଅଧିକ ଭାରତୀୟ ଫସିଥିବା କୁହାଯାଉଥିଲା ।