spot_img

Latest Posts

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ବ୍ୟୁରୋ ରିପୋର୍ଟ : ଆମେରିକାରେ ଅସୁରକ୍ଷିତ ଭାରତୀୟ ଛାତ୍ର । ଆମେରିକା ସିକାଗୋରେ ଭାରତୀୟ ଛାତ୍ରଙ୍କୁ ଅମାନୁଷିକ ଆକ୍ରମଣ। ୪ ଜଣ ଲୁଟେରା ଭାରତୀୟ ଛାତ୍ରଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିବାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସୟିଦ୍ ମଜାହିର ଅଲ୍ଲୀ ନାମକ ଭାରତୀୟ ରକ୍ତାକ୍ତ ଅବସ୍ଥାରେ ସହାୟତା ମାଗୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତାଙ୍କ ନାକ ଓ ପାଟିରୁ ରକ୍ତ ବାହାରୁଥିବା ଦେଖାଯାଇଛି। ଏନେଇ ମଜାହିରଙ୍କ ପତ୍ନୀ ସୟେଦା ରୁକୁଲିଭା ଫାତିମା ରିଜଭି ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଅବଗତ କରିବା ସହ ସ୍ବାମୀଙ୍କୁ ଯେପରି ଉପଯୁକ୍ତ ଚିକିତ୍ସା ମିଳିପାରିବେ ସେଥିପ୍ରତି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏହାସହ ସ୍ବାମୀଙ୍କୁ ଦେଖିବାକୁ ସିକାଗୋ ଯିବା ଲାଗି ବ୍ୟବସ୍ଥା କରିବାକୁ ସେ ଜୟଶଙ୍କରଙ୍କ ନିକଟରେ ଅନୁରୋଧ କରିଛନ୍ତି।

ଆମେରିକାରେ ଚଳିତବର୍ଷ ୪ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ଆକ୍ରମଣ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଶ୍ରେୟସ ରେଡ୍ଡୀ ବେନିଗର ନାମକ ଜଣେ ୧୯ ବର୍ଷ ବୟସ୍କ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଆମେରିକାର ପୁରୁଦ ବିଶ୍ବବିଦ୍ୟାଳୟରେ ନୀଲ ଆଚାର୍ଯ୍ୟ ନାମକ ଜଣେ ଛାତ୍ରଙ୍କ ମୃତଦେହ ମିଳିଥିଲା। ଜାନୁଆରୀ ୧୬ରେ ହରିଆଣାର ୨୫ ବର୍ଷ ବୟସ୍କ ଛାତ୍ର ବିବେକ ସାଇନିଙ୍କୁ ଜର୍ଜିଆର ଲିଥୋନିଆରେ ହତ୍ୟା କରାଯାଇଥିଲା। ଗତ ଜାନୁଆରୀରେ ଇଲିଓନିସ ଅର୍ବାନା କ୍ଯାମ୍ପ୍ସରେ ବିଶ୍ବବିଦ୍ୟାଳୟରେ ଅକୁଲ ଧାବନ ନାମକ ଜଣେ ଛାତ୍ରଙ୍କ ମୃତଦେହ ମିଳିଥିଲା।

Latest Posts

Don't Miss