spot_img

Latest Posts

ଇଟାଲୀରେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ରୋମ୍‌:  ଇଟାଲୀରେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଝାରଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ରାମ ରାଉତ ନାମକ ଛାତ୍ରଙ୍କ ଇଟାଲୀରେ ମୃତ୍ୟୁ ଘଟିଛି। ଗତ ୨ ତାରିଖରେ ରାମ ରାଉତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଇଟାଲୀରେ ଏମବିଏ ଛାତ୍ର ଥିଲେ ରାମ। ସେଠାରେ ଏକ ଭ଼ଡ଼ା ଘରେ ରହି ପାଠ ପଢୁଥିଲେ। ନୂଆ ବର୍ଷ ଅବସରରେ ଶୁଭେଚ୍ଛା ଜଣାଇବାକୁ ପୁଅଙ୍କ ନିକଟକୁ ଫୋନ କରିଥିଲେ ତାଙ୍କ ବାପା । ତେବେ ସେ ଫୋନ ନ ଉଠାଇବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାପରେ ରାମ ରହୁଥିବା ଭଡ଼ା ଘର ମାଲିକଙ୍କୁ ଯୋଗାଯୋଗ କରିଥିଲେ। ରାମଙ୍କ ମୃତ୍ୟୁ ହୋଇଥିବା ଘର ମାଲିକ କହିଥିଲେ ।

ତେବେ ଅନ୍ୟ ଏକ ଘରର ଟଏଲେଟରେ ରାମଙ୍କ ମୃତ୍ୟୁ ହୋଇଛି । ପୁଅର ମୃତ୍ୟୁ ହୋଇଥିବା ଜାଣି ମୃତଦେହ ଫେରାଇ ଆଣିବାକୁ ଝାରଖଣ୍ଡର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିଛନ୍ତି ରାମଙ୍କ ପରିବାର। ରାମଙ୍କ ମୃତ୍ୟୁ ହୋଇଥିବା ନେଇ ପଶ୍ଚିମ ସିଂହଭୂମ ଜିଲ୍ଲାର ଡେପୁଟି କମିଶନର ଅନନ୍ୟା ମିତ୍ତଲ ଖବର ପାଇଥିବା ସେ କହିଛନ୍ତି। ମୃତଦେହକୁ ଭାରତକୁ ଆଣିବାକୁ କେନ୍ଦ୍ର ଗୃହ ବିଭାଗ ସହ ଆଲୋଚନା କରିଛନ୍ତି। ରାମଙ୍କ ସେଠାରେ ମୃତ୍ୟୁ କେମିତି ହୋଇଛି ଏ ନେଇ ଅଧିକ ସୂଚନା ସଂଗ୍ରହ କରୁଛି ଗୃହ ବିଭାଗ।

Latest Posts

Don't Miss