ୟୁକେ ଷ୍ଟ୍ରେନ ଅପେକ୍ଷା ଭାରତୀୟ ଷ୍ଟ୍ରେନ୍ ଅଧିକ ବିପଦଜନକ !

ଭୁବନେଶ୍ୱର: ଡରାଇଲାଣି କରୋନାର ଦ୍ୱିତୀୟ ଲହରୀ । କିଛି ଦିନର ବ୍ୟବଧ୍ୟାନ ପରେ ପୁଣି ଭୟଙ୍କର ହେଉଛି କରୋନା ଷ୍ଟ୍ରେନ । ବିଦେଶୀ ଭୂତାଣୁକୁ ନେଇ ବଢୁଛି ଭୟ । କିନ୍ତୁ ଆଶ୍ଚର୍ଯ୍ୟ ଜନକ ବିଷୟ ଗେଉଛି ୟୁକେ ଷ୍ଟ୍ରେନ ଅପେକ୍ଷା ଭାରତୀୟ ଷ୍ଟ୍ରେନ୍ ଅଧିକ ବିପଜ୍ଜନକ ବୋଲି କହିଛନ୍ତି ବିଶେଷଜ୍ଞ । କୋଭିଡ୍ ଟିକା ନେଇଥିଲେ ବି ସଂକ୍ରମଣ ଆଶଙ୍କା ରହିଥିବା ଜଣାପଡ଼ିଛି ।


ରୋଗ ପ୍ରତିରୋଧକ ଶକ୍ତିକୁ ଏଡାଇ ଆକ୍ରାନ୍ତ କରିପାରେ କରୋନାର ଭାରତୀୟ ଷ୍ଟ୍ରେନ୍ । ତେଣୁ ଜନଗହଳି ସ୍ଥାନରେ ଦୁଇଟି ମାସ୍କ ପିନ୍ଧିବା ସହ ଗ୍ଲୋବ୍ସ ବ୍ୟବହାର କରିବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଆଗକୁ ହୋଲି ଆସୁଥିବାରୁ ସଂକ୍ରମଣ ନବଢିବା ପାଇଁ ସତର୍କ ରହିବାକୁ କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ଭୁବନେଶ୍ୱରରେ କୋଭିଡ ପଜିଟିଭ ସଂଖ୍ୟା ବଢୁଥିବାରୁ ଟେଷ୍ଟିଂ ବଢାଇଛି ବିଏମସି ।


ସେହିପରି ହଷ୍ଟେଲ ପରେ ମାର୍କେଟ ଉପରେ ରହିଛି ଫୋକସ । ଏଥିପାଇଁ ବିଏମସି ଅଧିକ ଟିମ ନିୟୋଜିତ କରିଛି । ରେଳ ଷ୍ଟେସନ ଓ ବିମାନବନ୍ଦର ଉପରେ ନଜରରେ ରଖାଯାଇଛି । ଅଧିକ ଗହଳି ହେଉଥିବା ଦୋକାନକୁ ସିଲ କରିବାକୁ ନିଷ୍ପତ୍ତି ନେଇଛି ବିଏମସି । ଏବେ ଟେଷ୍ଟିଂ ବଢୁଥିବାରୁ ପଜିଟିଭ ସଂଖ୍ୟା ବଢିଥିବା ବିଏମସି ସୂଚନା ଦେଇଛି।

Leave a Reply