ଆପଣଙ୍କ ଫୋନକୁ ବାରମ୍ବାର ଫେକ୍‌ କଲ୍‌ ଅନାବଶ୍ୟକ ମେସେଜ ଆସୁଛିକି, ଡାଉନଲୋଡ୍‌ କରନ୍ତୁ ଏହି ଆପ୍‌

1 min read

ନୂଆଦିଲ୍ଲୀ: ସ୍କୁଲ କଲେଜ ଅଫିସ ମଲ ସବୁଠି ଫୋନ ନମ୍ବରର ଆବଶ୍ୟକତା ରହିଛି । ଆଜିକାଲି ଅଧିକାଂଶ କାର୍ଯ୍ୟ ପାଇଁ ଫୋନ୍ ନମ୍ବର ଦେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଆପଣ କୌଣସି ସପିଂ ସେଣ୍ଟରକୁ ଯାଆନ୍ତୁ କିମ୍ବା ଅନଲାଇନ୍ ସେବାର ସାହାଯ୍ୟ ନିଅନ୍ତୁ ।  ଫୋନ୍ ନମ୍ବର ପ୍ରାୟ ସବୁ ଜାଗାରେ ଦେବାକୁ ପଡ଼ିବ । ବିନା ଫୋନ ନମ୍ବରରେ ସବୁ କାମ ଆପଣଙ୍କର ଠପ୍‌  ହୋଇପଡ଼େ । ଯାହାବି ହେଉ ଯଦି ଆପଣଙ୍କର ଫୋନ ନାହିଁ ତେବେ ଆପଣଙ୍କର କୌଣସି କାର୍ଯ୍ୟ ହୋଇପାରିବ ନାହିଁ । ଦୁନିଆ ଏମିତି ହେଲାଣି ଯେଉଁ କାର୍ଯ୍ୟ ପୂର୍ବରୁ କାଗଜ ପତ୍ରରେ ହୋଇଯାଉଥିଲା  ଏବେ ସେସବୁ ଅନଲାଇନ ମାଧ୍ୟମରେ ହେବାକୁ ଲାଗିଛି  । ଯୁଗ ଏବେ ଡିଜିଟାଲ ହୋଇଛି । ଆଉ ଯେଉଁଥିପାଇଁ ଆପଣଙ୍କର ଫୋନ ନମ୍ବର ନିହାତି ଆବଶ୍ୟକ ।

Doosra

ତେବେ ଏଠି ଏକ ବଡ଼ ପ୍ରଶ୍ନ ଉଠୁଛି । ଆପଣ ମାନେ ଆପଣଙ୍କର ନମ୍ବର ଦେଇ ସୁରକ୍ଷିତ କି ? କାରଣ ଏକ ଫୋନ୍ ନମ୍ବର ଦେବାରେ ଅନେକ ଅସୁବିଧା ରହିଛି । ପ୍ରଥମ କଥା ହେଉଛି ଆପଣ ଅନେକ ସ୍ପାମ୍ (ଫେକ୍‌) କଲର ଶୀକାର ହେବେ । ଦିନକୁ ୪ରୁ ୫ ଥର ଏହି କଲ୍‌ ଆସିଥାଏ । ଏହି  ନମ୍ବର ଦେବା ଫଳରେ ଆପଣଙ୍କର ଆକାଉଣ୍ଟରୁ ଟଙ୍କା ମଧ୍ୟ ଚୋରୀ ହୋଇପାରେ । ଆଉ ଗୋଟିଏ ବଡ଼ କଥା ହେଉଛି, ମହିଳାମାନଙ୍କର ଗୋପନୀୟତା ଏବଂ ସୁରକ୍ଷା ଦୃଷ୍ଟିରୁ, ପ୍ରତ୍ୟେକ ସେବା ପାଇଁ ଆପଣଙ୍କର ଫୋନ୍ ନମ୍ବର ଦେବା ମଧ୍ୟ ଟିକେ ଠିକ୍‌ ହୋଇନପାରେ ।

କିନ୍ତୁ ଏହି ଅସୁବିଧାର ଆପଣ ମାନଙ୍କୁ ଆଉ ସାମ୍ନା କରିବାକୁ ପଡ଼ିବ ନାହିଁ । କାରଣ ହାଇଦ୍ରାବାଦରୁ ଅଭିନନ୍ଦନ ଆଦିତ୍ୟ ଦୁସରା (Doosra)  ନାମକ ଏକ ଷ୍ଟାର୍ଟ ଅପ୍ ତିଆରି କରିଛନ୍ତି କରିଛନ୍ତି । ଆଦିତ୍ୟ କହିଛନ୍ତି ଯେ ଗୋପନୀୟତାକୁ ଧ୍ୟାନରେ ରଖି ଉପଭୋକ୍ତାମାନଙ୍କୁ ଫେକ୍‌ କଲ୍ ଏବଂ ଅନାବଶ୍ୟକ କଲ୍‌ରୁ ରକ୍ଷା କରିବା ତାଙ୍କର ଉଦ୍ଦେଶ୍ୟ ।

ଦୁସରା (Doosra)  ଆପ୍ ମାଧ୍ୟମରେ ଆପଣ ନିଜ ଫୋନ୍ ନମ୍ବରକୁ ଏଣ୍ଟ୍ରି କରି ଏକ ନୂଆ ଭର୍ଚୁଆଲ୍ ନମ୍ବର ପାଇପାରିବେ । ଆଉ ଏହି ନମ୍ବରକୁ ଆପଣ ଆବଶ୍ୟକ ସ୍ଥାନରେ ଦେଇପାରିବେ । ଯାହାଫଳରେ ଆପଣ ସ୍ପାମ୍ କଲକୁ ଅତି ସହଜରେ ଏଡ଼ାଇବାକୁ ସମର୍ଥ ହୋଇପାରିବେ ।  କାରଣ ଏହି ନମ୍ବର ଆପଣଙ୍କ ପ୍ରକୃତ ମୋବାଇଲ୍ ନମ୍ବରଠାରୁ ଭିନ୍ନ ହୋଇଥାଏ ।

ଦୁସରା(Doosra) ନମ୍ବରର ସୁବିଧା କ’ଣ ?

ଏହି ଆପର ତିଆରି କରିଥିବା ଆଦିତ୍ୟ କହିଛନ୍ତି ଯେ, ଏହା ଆପଣଙ୍କର ଗୋପନୀୟତା ରକ୍ଷା କରିପାରିବ । ଯଦି ଆପଣ କୌଣସି ସ୍ଥାନକୁ ସପିଂ କରିବାକୁ ଯାଆନ୍ତି, ତେବେ ଆପଣଙ୍କର ଫୋନ୍ ନମ୍ବର ପଚରାଯାଏ । ସେଠାରେ ତୁମର ପ୍ରକୃତ ଫୋନ୍ ନମ୍ବର ଦେବା ପରିବର୍ତ୍ତେ ଆପଣ ଭର୍ଚୁଆଲ୍ ନମ୍ବର ଦେଇପାରିବେ । ଏହି ଆପକୁ  ବ୍ୟବହାର କରିବା ଦ୍ୱାରା ଆପଣ ରିହାତି ଏବଂ ଅଫର ପାଇବେ । ଆଦିତ୍ୟ କହିଛନ୍ତି ଯେ ଏହା ମହିଳାଙ୍କ ଗୋପନୀୟତା ପାଇଁ ବିଶେଷ ସହାୟକ ହୋଇପାରେ । କାରଣ ସେମାନଙ୍କୁ କୌଣସି ସେବା କିମ୍ବା ସପିଂ ପାଇଁ ସେମାନଙ୍କର ନମ୍ବର ଦେବାକୁ ପଡ଼ିବ ନାହିଁ ।

 Doosra

ଦୁସରା(Doosra) ଆପ୍‌ରେ ହୋଇପାରିବ କଲ୍‌

ଦୁସରା ଆପ୍ ଆଣ୍ଡ୍ରଏଡ୍ ଏବଂ ଆଇଫୋନରେ ଡାଉନଲୋଡ୍ ହୋଇପାରିବ । ତେବେ ଦୁସରା ନମ୍ବରକୁ ଆସୁଥିବା ସମସ୍ତ କଲ ସେହି ଦୁସରା ଆପରେ ଷ୍ଟୋର ହୋଇ ରହିପାରିବ । ଏହି ଆପରେ ଭଏସ୍ ମେଲ୍ ମଧ୍ୟ ଉପଲବ୍ଧ ରହିଛି । ଦୁସରା ନମ୍ବରରେ କଲଗୁଡ଼ିକ ଅଟୋ ବ୍ଲକ ହୋଇଯାଏ ।  କିନ୍ତୁ ଆପଣ ସେଟିଂକୁ ଯାଇ ଏହାକୁ ଅନ୍‌ବ୍ଲକ୍‌ ମଧ୍ୟ କରିପାରିବେ । ଆବଶ୍ୟକ ଅନୁଯାୟୀ ଆପଣ କଲକୁ ଅନବ୍ଲକ କରି କଥା ହୋଇପାରିବେ । ଭଏସ ମେସେଜ ମଧ୍ୟ ଦୁସରା ଆପ୍‌କୁ ଆସିପାରିବ । ଭଏସ୍ ମେସେଜ୍ ଆପଣଙ୍କ Doosra ଆପକୁ ସିଧାସଳଖ ଆସିବ ଏବଂ ଆପଣ ଏହାକୁ ଗୋଟିଏ ଟ୍ୟାପ୍ ରେ ଶୁଣିବାକୁ ସକ୍ଷମ ହେବେ ।

Leave a Reply