ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନ: ଭାରତକୁ ସ୍ୱର୍ଣ୍ଣ ଦେଲେ ଷ୍ଟାର ସଟଲର ପିଭି ସିନ୍ଧୁ

1 min read

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୧ତମ ଦିନ ତଥା ଶେଷ ଦିନରେ ଭାରତର ସ୍ୱର୍ଣ୍ଣରୁ ପଦକ ଯାତ୍ରା ଆରମ୍ଭ ହୋଇଛି । ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ପୁଣିଥରେ ଭାରତ ପାଇଁ ଗୌରବ ଆଣିଛନ୍ତି । ୨୦୧୬ ରିଓ ଅଲମ୍ପିକରେ ରୌପ୍ୟ ଓ ୨୦୨୦ ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ସିନ୍ଧୁ ରାଜ୍ୟଗୋଷ୍ଠୀରେ ସ୍ୱର୍ଣ୍ଣ ଜିତି ପୁଣିଥରେ ଇତିହାସ ଦୋହରାଇଛନ୍ତି ।

ସ୍ୱର୍ଣ୍ଣ ପଦ ପାଇଁ ଫାଇନାଲ ମ୍ୟାଚରେ କାନାଡାର ମିଶେଲ ଲିଙ୍କୁ ସେ ପରାଜିତ କରିଛନ୍ତି । ସିନ୍ଧୁ ୨୧-୧୫, ୨୧-୧୩ରେ ତାଙ୍କୁ ପରାଜିତ କରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ଏକକ ପ୍ରତିଯୋଗିତାରେ ସିନ୍ଧୁଙ୍କର ଏହା ପ୍ରଥମ ସ୍ୱର୍ଣ୍ଣ ପଦକ ଅଟେ । ଏହା ପୂର୍ବରୁ ୨୦୧୮ ମସିହାରେ ସାଇନା ନେହୱାଲ ରାଜ୍ୟଗୋଷ୍ଠୀରେ ମହିଳା ଏକକରେ ସ୍ୱର୍ଣ୍ଣ ଜିତିଥିଲେ ।

ପିଭି ସିନ୍ଧୁଙ୍କ ହରାଇ ସେ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଥିଲେ । ସିନ୍ଧୁ ପରାଜିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ । ତେବେ ସିନ୍ଧୁଙ୍କ ଏହି ସ୍ୱର୍ଣ୍ଣ ପଦକ ସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୯ରେ ପହଞ୍ଚିଛି । ୫୬ ପଦକ ସହ ଭାରତ ପଦକ ଟାଲିର ୫ମ ସ୍ଥାନରେ ରହିଛି । ଏତିରେ ୧୫ ରୌପ୍ୟ ଓ ୨୨ ବ୍ରୋଞ୍ଜ ମଧ୍ୟ ସାମିଲ ରହିଛି ।ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ୫ ସ୍ୱର୍ଣ୍ଣ ଜିତିବାର ସୁଯୋଗ ରହିଛି ।