spot_img

Latest Posts

ରେଳ ଯାତ୍ରୀଙ୍କ ଲାଗି ଖୁସିଖବର; ସୋମବାରଠୁ ଗଡିବ ଏସବୁ ଟ୍ରେନ୍, ବୁକିଂ ଆଗରୁ କରିନିଅନ୍ତୁ ଚେକ୍

ନୂଆଦିଲ୍ଲୀ: ପଞ୍ଜାବରେ ୧୫ ଦିନ ଲାଗି ରେଳ ରୋକ୍ ସ୍ଥଗିତ ରଖିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି । ଯାହା ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସାମାନ୍ୟ ଆଶ୍ୱସ୍ତୀ ଦେଇଛି ।

ପଞ୍ଜାବରେ କୃଷକ ଆନ୍ଦୋଳନ ଯୋଗୁଁ ଗତ ୫୦ ଦିନ ଧରି ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା, ଯେଉଁଥିପାଇଁ ଅନେକ ଟ୍ରେନକୁ  ଡାଇଭର୍ଟ କରିବାକୁ ପଡୁଥିଲା ବେଳେ ଆଉ କିଛି ଟ୍ରେନକୁ ବାତିଲ ମଧ୍ୟ କରାଯାଇଥିଲା । ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବାତିଲ ଥିବା ସମସ୍ତ ଟ୍ରେନ୍ ସୋମବାର ଠାରୁ ଚଳାଚଳ କରିବ ସୂଚନା ମିଳିଛି।

ଏନେଇ ରେଳବାଇ ଟ୍ୱିଟ୍ କରି ସୂଚନା ଦେଇଛି । ରେଳ ମନ୍ତ୍ରଣାଳୟ ଟ୍ୱିଟ୍ କରି କହିଛି ଯେ ରେଳବାଇ ପ୍ରସ୍ତୁତିରେ ବ୍ୟସ୍ତ ଅଛି। ଟ୍ରେନ୍ ଚଳାଚଳ ଆରମ୍ଭ କରିବା ପୂର୍ବରୁ ପଞ୍ଜାବରେ ଟ୍ରେନ୍ ଗୁଡିକର ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଏବଂ ଯାଞ୍ଚ କାର୍ଯ୍ୟ କରାଯିବ।

ପଞ୍ଜାବ ସରକାର ରେଳ ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି-
କୃଷକମାନେ ଗତ କିଛି ଦିନ ଧରି ରେଳ ଟ୍ରାକ୍ ଉପରେ ଆନ୍ଦୋଳନ କରିବା ସହ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରାଯାଇଥିଲା। ପଞ୍ଜାବ ସରକାର ରେଳମନ୍ତ୍ରୀଙ୍କୁ ଏକ ଚିଠି ଲେଖି କହିଥିଲେ ଯେ ଟ୍ରେନ୍ ଚଳାଚଳ ନହେବା କାରଣରୁ ଜାମ୍ମୁ କାଶ୍ମୀରରେ ସେନା କର୍ମଚାରୀଙ୍କୁ ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଅସୁବିଧା ଏବଂ ପଞ୍ଜାବର ପାୱାର ପ୍ଲାଣ୍ଟକୁ ମଧ୍ୟ କୋଇଲା ଯୋଗାଇବା ନେଇ ସମସ୍ୟା ହେବ ।

ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇ ରେଳମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ସମସ୍ତ ଟ୍ରେନର ନିରାପତ୍ତାକୁ ନେଇ ସ୍ପଷ୍ଟ କଲେ ସରକାର ରାଜ୍ୟରେ ଟ୍ରେନର ଚଳାଚଳ ପୁନଃଆରମ୍ଭ କରିବେ ।

Latest Posts

Don't Miss