କରୋନା ପାଇଁ କଡ଼ା ପଦକ୍ଷେପ, ବନ୍ଦ ହେଲା ସମସ୍ତ ଯାତ୍ରୀବାହୀ ଟ୍ରେନ୍‌

1 min read

ନୂଆଦିଲ୍ଲୀ: ଭାରତୀୟ ରେଳ ସେବା ଉପରେ COVID-19 ପ୍ରଭାବ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତି ସମସ୍ତ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ କରାଯାଇଛି । ଟ୍ରେନ୍‌ରେ କରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

୩୧ ଟ୍ରେନ୍ ସେବାକୁ ବାତିଲ କରିବା ପାଇଁ ଭାରତୀୟ ରେଳ ବିଭାଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କେବଳ ମାଲ୍‌ଗାଡ଼ିଗୁଡ଼ିକ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିବ । ଭାରତୀୟ ରେଳବାଇର ବିଭିନ୍ନ ଟ୍ରେନରେ ଯାତ୍ରା କରୁଥିବା କିଛି ଯାତ୍ରୀ COVID-19 ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି । ଯାହା ଟ୍ରେନ୍‌ ମାଧ୍ୟମରେ କରୋନା ଭାଇରସ୍‌ ପ୍ରସାରଣ ହେବାର ଆଶଙ୍କା ସୃଷ୍ଟି କରିଛି  । ତେବେ କରୋନାର ମୁ୍କାବିଲା ପାଇଁ ରେଳ ବିଭାଗର ଏଭଳି କଡ଼ା ପଦକ୍ଷେପ ନେଇଛି ।

ଜରୁରୀକାଳୀନ ପରିସ୍ଥିତି ପାଇଁ କମିଶନରେଟ୍‌ ପୋଲିସର ପାସ୍‌ ବ୍ୟବସ୍ଥା

ଆଜି ଜନତା କର୍ଫ୍ୟୁକୁ ନେଇ ସକାଳ ୭ ଟରୁ ରାତି ୯ ପର୍ଯ୍ୟନ୍ତ ସମସ୍ତ ଟ୍ରେନକୁ ବାତିଲ କରାଯାଇଥିଲା । କିନ୍ତୁ ଏବେ ଭାରତରେ କରୋନାଙ୍କ ସଂଖ୍ୟା ବଢୁଥିବାରୁ କେନ୍ଦ୍ର ରେଳ ମନ୍ତ୍ରୀ ପୁୟୁଷ ଗୋଏଲ ଏଭଳି କଡ଼ା ପଦକ୍ଷେକ ରେଳ ବିଭାଗ ଉପରେ ନେଇଛନ୍ତି ।

Leave a Reply