ଏଣିକି ସ୍ବତନ୍ତ୍ର ବଗିରେ ଟ୍ରେନ୍ ଯାତ୍ରା କରିବେ ମହିଳା

1 min read

ନୂଆଦିଲ୍ଲୀ: ଦୂରଗାମୀ ଟ୍ରେନରେ ଏଣିକି ମହିଳାଙ୍କ ଲାଗି ରହିବ ସ୍ବତନ୍ତ୍ର ବର୍ଥ । ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଦୂରଗାମୀ ଟ୍ରେନରେ ଏହି ବ୍ୟବସ୍ଥା କରାଯିବା ସହ ଅନ୍ୟାନ୍ୟ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ । ଦୂରଗାମୀ ମେଲ ଓ ଏକ୍ସପ୍ରେସ ଟ୍ରେନ, ଗରିବ ରଥ, ରାଜଧାନୀ ଏକ୍ସପ୍ରେସର ସ୍ଲିପର କୋଚରେ ୬ଟି ବର୍ଥ ମହିଳାଙ୍କ ଲାଗି ସଂରକ୍ଷିତ ରହିବ ।

ଏହା ସହ ପ୍ରତି ସ୍ଲିପର କୋଚର ୬-୭ଟି ଲୋୟର ବର୍ଥ, ଥ୍ରୀ ଟାୟର ଏସି କୋଚର ୪-୫ଟି ଲୋୟର ବର୍ଥ ଏବଂ ୨ ଟାୟର ଏସି କୋଚର ୩-୪ଟି ଲୋୟର ବର୍ଥ ବରିଷ୍ଠ ନାଗରିକ, ୪୫ ବର୍ଷରୁ ଅଧିକ ବୟସର ମହିଳା ଓ ଗର୍ଭବତୀଙ୍କ ଲାଗି ସଂରକ୍ଷିତ ରହିବ । ଟ୍ରେନରେ ମହିଳା ଯାତ୍ରୀଙ୍କ ସୁରକ୍ଷା ଲାଗି ଅନେକ ପଦକ୍ଷେପ ନିଆଯାଇଛି ।

ଆରପିଏଫ, ଜିଆରପି ଓ ଡିଷ୍ଟ୍ରିକ୍ଟ ପୋଲିସ ଯେପରି ମହିଳା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ବ ଦେବେ ସେଥିଲାଗି ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ରେଳମନ୍ତ୍ରୀ । ରେଳବାଇ ରେଳଯାତ୍ରାରେ ନୂତନ୍ୱ,ତ ଆଣିବା ପାଇଁ ଆରମ୍ଭ କରିଛି ପ୍ଲାନ ଓ ପ୍ରସ୍ତୁତି  । ଟ୍ରେନରେ ଅନେକ ସମୟରେ ଅସୁବିଧାର ଶିକାର ହେବା ସହ ବିଭିନ୍ନ ବ୍ୟକ୍ତିଗତ ସମସ୍ୟାରେ ପଡ଼ିଥାନ୍ତି  । କିନ୍ତୁ ସ୍ୱତନ୍ତ୍ର ବଗିରେ ଏଣିକି ମହିଳା ଯାତ୍ରା କରିପାରିବେ ବୋଲି ଘୋଷଣା କରିଛନ୍ତି ରେଳମନ୍ତ୍ରୀ  ।

Leave a Reply