ରାତି ୧୦ ପରେ… ଟ୍ରେନ୍ ଯାତ୍ରୀଙ୍କ ପାଇଁ କଣ ରହିଛି ନିୟମ, ଜାଣନ୍ତୁ…

1 min read
Indian Railways Rules And Regulations Between 6 Am To 10 Pm

ନୂଆଦିଲ୍ଲୀ: ରାଜ୍ୟରୁ ରାଜ୍ୟ, ରାଜଧାନୀରୁ ରାଜଧାନୀକୁ ଯୋଡ଼ିଛି ଭାରତୀୟ ରେଳ । ଦେଶରେ ଅଧିକାଂଶ ଲୋକ ଯାତାୟତ ପାଇଁ ଟ୍ରେନକୁ ବାଛିଥାନ୍ତି । କମ୍ ଖର୍ଚ୍ଚ ଓ କମ୍ ସମୟରେ ଅଧିକ ଦୂରତାରେ ପହଞ୍ଚାଇଥାଏ ରେଳ । କହିବାକୁ ଗଲେ ଭାରତୀୟଙ୍କ ଯାତାୟତର ଜୀବନ ରେଖା । ଯାହାକୁ ଆହୁରି ସରସ ସୁନ୍ଦର ସହ ଆରାମଦାୟକ କରିବାକୁ ଭାରତୀୟ ରେଳବାଇ ପ୍ରୟାସ କରୁଛି ।

ଥ୍ରୀ-ଟାୟର କୋଚ୍

ସଂରକ୍ଷିତ ଶ୍ରେଣୀରେ ଥ୍ରୀ-ଟାୟର କୋଚ୍ ଥାଏ । ଯଦି ଆପଣ ଥ୍ରୀ-ଟାୟର କୋଚରେ ଯାତ୍ରା କରିଥିବେ ତ ମଝି ସିଟ୍ ଲୋକଟି ପ୍ରାୟତଃ ହଇରାଣ ହୋଇଥିବା ଅନୁଭବ କରିଥିବେ । ପ୍ରାୟତଃ ବିଳମ୍ବିତ ରାତି ଯାଏ ତଳ ସିଟ୍ ଯାତ୍ରୀ ବସି ରହିଥାନ୍ତି । ଫଳରେ ମଝି ସିଟ୍ ପାଇଥିବା ଯାତ୍ରୀ ସିଟ୍ ଖୋଲିପାରେ ନାହିଁ । ଆଉ ବେଳେବେଳେ ମଝି ସିଟ୍ ଯାତ୍ରୀ ସକାଳ ହେବା ପରେ ବି ଶୋଇ ରହିଥିବାରୁ ତଳ ଯାତ୍ରୀ ଠିକରେ ବସି ପାରନ୍ତି ନାହିଁ ।

Indian Railways Rules And Regulations Between 6 Am To 10 Pm

ଏହାକୁ ରେଳବାଇ ନିୟମ କରିଛି । ଏଣିକି ରାତି ୧୦ରୁ ସକାଳ ୬ଟା ଯାଏ ମଝି ସିଟ୍ ଖୋଲାଯାଇ ପାରିବ । ଯଦି ଦିନ ବେଳେ ମଝି ସିଟ୍ ଯାତ୍ରୀ ସିଟ୍ ଖୋଲେ ତ ଆପଣ ତାଙ୍କୁ ରେଳବାଇ ନିୟମ ବତାଇ ବାରଣ କରିପାରିବେ । ଏଥିସହ ତଳସିଟର ଯାତ୍ରୀ ଯଦି ରାତି ୧୦ଟା ପରେ ବସି ରହିବା ଫଳରେ ଆପଣ ଶୋଇ ନପାରନ୍ତି ତ ଆପଣ ତାଙ୍କୁ କହି ପାରିବେ ।

ବିନା ହେଡଫୋନରେ ମୋବାଇଲ୍ ମନା

ଟ୍ରେନ୍ ଯାତ୍ରାବେଳେ ପ୍ରାୟ ଯାତ୍ରୀ ଫୋନରେ ଗୀତ ଶୁଣନ୍ତି ଅଥବା ଭିଡିଓ ଦେଖନ୍ତି । ଫଳରେ ସହଯାତ୍ରୀ ଅଧିକ ହଇରାଣ ହୋଇଥାନ୍ତି । ଅଧିକାଂଶ ଟ୍ରେନ୍ ଯାତ୍ରୀ ଗୀତ ଶୁଣିବା ବେଳେ ବା ଭିଡିଓ ଦେଖିବା ବେଳେ ହେଡଫୋନ୍ ବ୍ୟବହାର କରିନଥାନ୍ତି । ଫଳରେ ଅନ୍ୟ ଯାତ୍ରୀ ଅସୁବିଧାରେ ପଡ଼ନ୍ତି । ରେଳବାଇର ନିୟମ ଅନୁସାରେ, ରାତି ୧୦ଟା ପରେ ଯାତ୍ରୀ ହେଡଫୋନ୍ ବ୍ୟବହାର ନକରି ମୋବାଇଲ୍ ବ୍ୟବହାର କରିବେ ନାହିଁ ।

୧୦ଟା ପରେ ଚେକିଂ ମନା

ଅନେକ ସମୟରେ ଅଭିଯୋଗ ହୁଏ ଶୋଇବା ପରେ ଟିଟି ଟିକେଟ୍ ଚେକିଂ ନାଁରେ ଉଠାଇ ଦିଅନ୍ତି । ଫଳରେ ନିଦ ହୁଏ ନାହିଁ, ଅସୁବିଧା ହୁଏ । ଯାତ୍ରୀଙ୍କ ଏହି ସମସ୍ୟା ଦୂର କରିବା ସହ ଯାତ୍ରାକୁ ଆରାମଦାୟକ କରିବା ଲାଗି ରେଲୱେ ନୂଆ ନିୟମ କରିଛି । ଏଣିକି ରାତି ୧୦ଟାରୁ ସକାଳ ୬ଟା ଯାଏ ଯାତ୍ରୀ ଶୋଇଥିବା ବେଳେ ଟିଟି ଚେକିଂ କରିବେ ନାହିଁ । ତେବେ ଏହି ନିୟମ ରାତି ୧୦ଟା ପରେ ଟ୍ରେନରେ ଚଢ଼ିଥିବା ଯାତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ ।