ବୁକିଂ ସାଇଟ୍ ଖୋଲୁ ଖୋଲୁ ୪ ଲକ୍ଷ ରେଳ ଟିକେଟ୍ ବୁକ୍ !
2 min readନୂଆଦିଲ୍ଲୀ: ଯାତ୍ରୀମାନଙ୍କ ସୁବିଧା ପାଇଁ ଜୁନ୍ ୧ ରୁ ୨୦୦ ଟ୍ରେନ୍ ଚଳାଚଳ କରିବାକୁ ଭାରତୀୟ ରେଳ ବିଭାଗ ଘୋଷଣା କରିଛି । ଏହି ଟ୍ରେନ୍ ଗୁଡିକ ପାଇଁ ବୁକିଂ ଗୁରୁବାର ସକାଳ ୧୦ ଟାରୁ ବୁକିଂ ଆରମ୍ଭ ହୋଇଛି । ଆରମ୍ଭ ହେବାର ଏକ ଘଣ୍ଟା ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଟିକେଟ୍ ବୁକ୍ କରାଯାଇଛି । ସ୍ୱତନ୍ତ୍ର ଓ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ରେଳବାଇ ଏହି ୨୦୦ ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି । ଏହି ଟ୍ରେନ୍ ଗୁଡିକରେ ସାଧାରଣ ବଗି ପାଇଁ ଟିକେଟ୍ ମଧ୍ୟ ବୁକ୍ କରାଯାଇପାରିବ । କନ୍ଫର୍ମ ଟିକେଟ୍ ଧାରକ ହିଁ ଏହି ଟ୍ରେନରେ ଯାତ୍ରା କରିପାରିବ ।
ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଜୁନ୍ରୁ ୧ରୁ ଚାଲିବାକୁ ଥିବା ୨୦୦ ଟ୍ରେନ୍ ପାଇଁ ରେଳବାଇ ପକ୍ଷରୁ ୧୦ଟି ୱେବ୍ସାଇଟ୍ରେ ବୁକିଂ ଆରମ୍ଭ ହୋଇଥିଲା । ବୁକିଂ ସାଇଟ୍ ଖୋଲିବା ଆରମ୍ଭରୁ ଘଣ୍ଟାଏ ମଧ୍ୟରେ ଦେଢ଼ ଲକ୍ଷ ଟିକେଟ୍ ବୁକ୍ କରାଯାଇଛି । ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୭୩ଟି ଟ୍ରେନ୍ ପାଇଁ ୧ ଲକ୍ଷ ୪୯ ହଜାର ୦୨୫ ଟିକେଟ୍ ବୁକ୍ ହୋଇଥିଲା । ଏହାଦ୍ୱାରା ୨ ଲକ୍ଷ ୯୦ ହଜାର ୫୧୦ ଲୋକ ଏହି ଟିକେଟ୍ରେ ଯାତ୍ରା କରିପାରିବେ ।
In the last two&half hours, over 4 lakh tickets have been booked for second class passenger trains which start from June 1. So many people want to go home. Also, there are so many people who want to return to work in cities which is a very good sign: Railway Minister Piyush Goyal
— ANI (@ANI) May 21, 2020
We are going to announce the resumption of more trains in the upcoming days. We have also permitted the operation of shops at railway stations. However, only takeaways will be allowed: Railway Minister Piyush Goyal https://t.co/tEfZ3D6LEv
— ANI (@ANI) May 21, 2020
ପୀୟୁଷ ଗୋୟଲ କହିଛନ୍ତି ଯେ, ଜୁନ୍ ୧ରୁ ଚାଲିବାକୁ ଥିବା ଟ୍ରେନ୍ ପାଇଁ ମାତ୍ର ଅଢ଼େଇ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ଦ୍ୱିତୀୟ ଶ୍ରେଣୀ ଟିକେଟ୍ ଟିକେଟ୍ ବୁକ୍ ହୋଇଛି । ଟିକେଟ୍ ବୁକିଂରୁ ଜଣାପଡ଼ୁଛି ବହୁ ସଂଖ୍ୟାରେ ଲୋକ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି । ଅନ୍ୟପଟେ ଅନେକ ଲୋକ ନିଜ କର୍ମ କ୍ଷେତ୍ରକୁ ମଧ୍ୟ ଯିବାକୁ ଚାହୁଛନ୍ତି ।
149025 tickets have been booked for 290510 passengers for the 73 passenger trains to be operationalised from 1s June: Railways pic.twitter.com/Cf5pqvthu5
— ANI (@ANI) May 21, 2020
ଆଗାମୀ ଦିନରେ ରେଳବାଇ ପକ୍ଷରୁ ଟ୍ରେନ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ପୀୟୁଷ ଗୋୟଲ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ରେଳ ୱେବସାଇଟ୍ ଏବଂ ଆପ୍ ବ୍ୟତୀତ ଅନ୍ୟ ୧.୭ ଲକ୍ଷ ସେବା କେନ୍ଦ୍ରରୁ ଏହି ୨୦୦ ଟ୍ରେନ୍ ପାଇଁ ଟିକେଟ୍ ବୁକ୍ କରାଯାଇପାରିବ ।