ସିନିୟର ସିଟିଜେନ ହୁଅନ୍ତୁ କି ଦିବ୍ୟାଙ୍ଗ କିମ୍ବା ମହିଳା କାହା ପାଇଁ ବି ରିହାତି ହେବନି ଟ୍ରେନ ଟିକେଟ୍

1 min read

ନୂଆଦିଲ୍ଲୀ: କରୋନା ଭାଇରାସ ପାଇଁ ଦେଶରେ ୩ୟ ପର୍ଯ୍ୟାୟ ଲକଡାଉନ୍ ବଳବତ୍ତର ରହିଛି । ଏଭଳି ପରିସ୍ଥିତିରେ ଘରଠୁ ଦୂରରେ ରହୁଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ଥି କର ଖବର ସାମ୍ନାକୁ ଆସିଛି । ଇଣ୍ଡିଆନ ରେଲୱେ ୧୫ଯୋଡ଼ା ଟ୍ରେନ ଚଳାଚଳ ପାଇଁ ଘୋଷଣା କରିଛି । ରବିବାର ଦିନ ଭାରତୀୟ ରେଳ ବିଭାଗ ତରଫରୁ, ମେ ୧୨ରୁ ପର୍ଯ୍ୟାୟକ୍ରମେ ଯାତ୍ରୀମାନଙ୍କ ପାଇଁ ରେଳ ସେବା ଆରମ୍ଭ କରିବାକୁ ସୂଚନା ଦିଆଯାଇଥିଲା । ଯଦିଓ ଏହି ସମୟରେ ଟ୍ରେନ ଭଡ଼ାରେ କୌଣସି ପ୍ରକାର ରିହାତି ଦିଆଯିବ ନାହିଁ । ତେବେ ଆସନ୍ତୁ ଜାଣିବା ମେ ୧୨ରୁ ଚାଲିବାକୁ ଥିବା ଟ୍ରେନର ଭଡ଼ା କେତେ ରହିବ ।

  • ମେ୧୨ରୁ ଚାଲିବାକୁ ଥିବା ଟ୍ରେନ ପାଇଁ ଆଜି ୬ଟାରୁ ଆରମ୍ଭ ହୋଇଛି ଟିକେଟ ବୁକିଂ । ଭାରତୀୟ ରେଲୱେ ଅନୁସାରେ ଲକଡାଉନ୍ ସମୟରେ ଚାଲୁଥିବା ଟ୍ରେନର ଟିକେଟ୍ ଅନଲାଇନରେ ହିଁ ବୁକ୍ କରାଯାଉଛି । କାରଣ ଷ୍ଟେସନରେ ଟିକେଟ ବୁକିଂ ପାଇଁ ଟିକେଟ ଘରକୁ ବନ୍ଦ କରାଯାଇଛି ।
  • ଟ୍ରେନର ଟିକେଟ ମୋବାଇଲ ଆପ୍ କିମ୍ବା ରେଲୱେ ଆପ୍ ଦ୍ୱାରା ହିଁ ବୁକ୍ କରାଯାଇପାରିବ ।
  • ଏହା ବ୍ୟତୀତ କାହାକୁ ମଧ୍ୟ ପ୍ଲାଟଫର୍ମ ଟିକେଟ ମିଳିବ ନାହିଁ କି କୌଣସି କାଉଣ୍ଟରେ ଟିକେଟ ବୁକିଂ ହେବ ନାହିଁ । ତେଣୁ ଯାତ୍ରୀଙ୍କ ସହ ଯାଉଥିବା ଲୋକ ଷ୍ଟେସନ ଭିତରକୁ ଯାଇପାରିବେ ନାହିଁ ।
  • ଏହି ବିଶେଷ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ କିଛି ବି କୋଟାରେ ରିହାତି ଦିଆଯିବ ନାହିଁ କି ଅନ୍ୟ କୌଣସି ପ୍ରକାର ରିହାତି ମିଳିବ ନାହିଁ ।
  • ସିନିୟର ସିଟିଜେନ, ଦିବ୍ୟାଙ୍ଗ କିମ୍ବା ମହିଳାଙ୍କ ଟିକେଟରେ କୌଣସି ପ୍ରକାର ରିହାତି କରାଯିବ ନାହିଁ ।
  • ଲକଡାଉନ୍ ସମୟରେ ଚାଲୁଥିହା ଏହି ଟ୍ରେନରେ କେବଳ ଏସି କୋଚ୍ ରହିବ ଅର୍ଥାତ୍ ସ୍ଲିପର କିମ୍ବା ଜେନେରାଲ ବଗି ରହିବ ନାହିଁ । ଏବଂ ଏହି ଟ୍ରେନ ଗୁଡ଼ିକ ଭଡ଼ା ମଧ୍ୟ ଅଧିକ ରହିବ ।
  • ମେ ୧୨ରେ ଅର୍ଥାତ୍ ଆସନ୍ତାକାଲି ଠାରୁ ଚାଲିବାକୁ ଥିବା ଏହି ଟ୍ରେନର ଭଡ଼ା ରାଜଧାନୀ ଏକ୍ସପ୍ରେସର ଭଡ଼ା ସହ ସମାନ ହେବ । ଟ୍ରେନ ଟିକଟର ମୁଲ୍ୟ ଏଥିପାଇଁ ଅଧିକ ରଖାଯାଇଛି କାରଣ ଲୋକମାନେ ଅତି ଜରୁରୀଥିଲେ ହିଁ ଯାଇପାରିବେ ଏବଂ ଅଧିକ ଭିଡ଼ ମଧ୍ୟ ହେବ ନାହିଁ । ସଂଖ୍ୟା କମ ରହିବ ତ ସାମାଦିକ ଦୂରତା ମଧ୍ୟ ପାଳନ ହେବ ।
  • ଏହି ୧୫ ଯୋଡ଼ା ଅର୍ଥାତ୍ ୩୦ଟି ଟ୍ରେନ ଦିଲ୍ଲୀ ରେଲୱେ ଷ୍ଟେସନରୁ ହିଁ ଚାଲିବ । ଏହି ଟ୍ରେନ ଡିବ୍ରୁଗଢ, ଅହରତଲା, ହାୱଡ଼ା, ପଟନା, ବିଲାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗଲୁରୁ, ଚେନ୍ନାଇ, ତିରୁବନ୍ତପୂରମ, ମଡଗାଂବ, ମୁମ୍ବାଇ ସେଣ୍ଟ୍ରାଲ, ଅବୃହମଦାବଦ ଏବଂ ଜାମ୍ମୁ-ତବୀ ପର୍ଯ୍ୟନ୍ତ ହିଁ ଯିବ ।
  • ଯାତ୍ରା ସମୟରେ ବହୁତ କମ୍ ଷ୍ଟେସନରେ ହିଁ ଟ୍ରେନ ରହିବ ।

Leave a Reply