ଏବେ ଆପଣଙ୍କ କନଫର୍ମ ଟ୍ରେନ୍ ଟିକେଟରେ ଯାଇପାରିବେ ଅନ୍ୟ ଜଣେ

Indian Railway Now Passengers Can Transfer Their Confirmed Ticket To Another Person

ନୂଆଦିଲ୍ଲୀ: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଅଧିକାଂଶ ଭାରତୀୟ ଟ୍ରେନ୍ ଯାତ୍ରା ପ୍ରତି ଆଗ୍ରହୀ । କାରଣ ଦେଶର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଟ୍ରେନ୍ ଟିକେଟ ଦର ଅନ୍ୟ ଯାତାୟାତ ମାଧ୍ୟମ ଠାରୁ ଢେର୍ କମ୍ । ଏଥିପାଇଁ ଲୋକେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ହେଲେ ସିଟ୍ ଉପଲବ୍ଧତା ନଥିବାରୁ ଲୋକଙ୍କୁ ଟ୍ରେନ୍ ଯାତ୍ରା ପାଇଁ କନଫର୍ମ ଟିକେଟ ମିଳିନଥାଏ । ଫଳରେ ଖର୍ଚ୍ଚାନ୍ତ ହୋଇ ଯାତ୍ରୀ ଅନ୍ୟ ମାଧ୍ୟମରେ ଯାତ୍ରା କରିଥାନ୍ତି ।

Indian Railway Now Passengers Can Transfer Their Confirmed Ticket To Another Person

ଏବେ ଭାରତୀୟ ରେଳବାଇ ନିୟମରେ କିଛିଟା ପରିବର୍ତ୍ତନ ଆଣିଛି । ଯାହାଦ୍ୱାରା ଆପଣଙ୍କ କନଫର୍ମ ରେଲୱେ ଟିକେଟ୍ ଅନ୍ୟ ଯାତ୍ରୀଙ୍କୁ ହସ୍ତାନ୍ତର କରିପାରିବେ । ଏହା ପୂର୍ବରୁ ଥିବା ଅନୁଯାୟୀ ଜଣଙ୍କର କନଫର୍ମ ଟ୍ରେନ୍ ଟିକେଟରେ ଅନ୍ୟ ଜଣେ ଯାତ୍ରା କରିପାରୁ ନଥିଲେ । ଯାତ୍ରା କଲେ ତାହା ଦଣ୍ଡନୀୟ ଅପରାଧ ଥିଲା । ପରିବର୍ତ୍ତିତ ନିୟମ ଅନୁସାରେ, ଆପଣଙ୍କ କନଫର୍ମ ଟିକେଟରେ ଆପଣଙ୍କ ପରିବାରର ଅନ୍ୟ ଜଣେ ଯାତ୍ରା କରିପାରିବେ । ଆଉ ଆପଣ ଯାତ୍ରା ନକଲେ ଟିକେଟ୍ ବାତିଲ୍ କରିବାକୁ ପଡ଼ିବନି । ଖାଲି ଟିକେଟ୍ ବାତିଲ୍ କାହିଁକି ସହୁଥିବା ଆର୍ଥିକ କ୍ଷତିରୁ ମୁକ୍ତି ମିଳିବ ।

ସଂରକ୍ଷିତ ଟିକେଟ ଉପରେ ଭାରତୀୟ ରେଳବାଇ ଯାତ୍ରୀଙ୍କୁ ଏକ ବିଶେଷ ସୁବିଧା ଦେଉଛି । ଆପଣଙ୍କ କନଫର୍ମ ଟିକେଟ୍ ଥାଇ ଯାଉନଥିଲେ ଉକ୍ତ ଟିକେଟକୁ ଆପଣଙ୍କ ପରିବାରର କାହାରିକୁ ହସ୍ତାନ୍ତର କରିପାରିବେ । ଟିକେଟ୍ ହସ୍ତାନ୍ତର ପାଇଁ ଆପଣଙ୍କୁ ଏକ ଦରଖାସ୍ତ ଷ୍ଟେସନ ମାଷ୍ଟରଙ୍କୁ ଦେବାକୁ ପଡ଼ିବ । ଏହି ପ୍ରକ୍ରିୟା ପରେ ଆପଣଙ୍କ କନଫର୍ମ ଟିକେଟରେ ପରିବାରର ଅନ୍ୟ କେହି ଯାତ୍ରା କରି ପାରିବେ ।

Indian Railway Now Passengers Can Transfer Their Confirmed Ticket To Another Person

ଟ୍ରେନ୍ ଯାତ୍ରୀ ନିଜ କନଫର୍ମ ଟିକେଟକୁ ନିଜ ବାପାମାଆ, ଭାଇଭଉଣୀ, ପୁଅଝିଅ, ସ୍ତ୍ରୀ ଓ ସ୍ୱାମୀଙ୍କ ନାଁକୁ ହସ୍ତାନ୍ତର କରିପାରିବେ । ପରିବର୍ତ୍ତିତ ନିୟମ ପ୍ରକାରେ ଆପଣ କନଫର୍ମ ଟିକେଟକୁ ଆପଣଙ୍କ ସାଙ୍ଗଙ୍କ ନାଁକୁ ହସ୍ତାନ୍ତର କରିପାରିବେ ନାହିଁ ।

Leave a Reply