ନୂଆ ବର୍ଷରେ ମହଙ୍ଗା ମାଡ଼, ଟ୍ରେନ୍ ଭଡ଼ା ବଢ଼ାଇଲେ କେନ୍ଦ୍ର ସରକାର
1 min readନୂଆଦିଲ୍ଲୀ: ନୂଆ ବର୍ଷରେ ମହଙ୍ଗା ମାଡ଼ । ଟ୍ରେନ୍ ଭଡ଼ା ବୃଦ୍ଧି କଲେ କେନ୍ଦ୍ର ସରକାର । ମେଲ୍, ଏକ୍ସପ୍ରେସ ଟ୍ରେନ୍ ସହ ସାଧାରଣ ଟ୍ରେନ୍ ଭଡ଼ାରେ ବୃଦ୍ଧି କରାଯାଇଛି । ଏହି ଭଡ଼ା ଜାନୁଆରୀ ୧ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ଲାଗୁ ହେବ । ସାରାଦେଶରେ ବର୍ଦ୍ଧିତ ଭଡ଼ା ଲାଗୁ ହେବାନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।
Ministry of Railways revises the basic passenger fare as per revised passenger fare table published by Indian Railway Conference Association (IRCA), effective from January 1, 2020. pic.twitter.com/SFlDt0bIv1
— ANI (@ANI) December 31, 2019
ଅଣ ଶୀତତାପ ନିୟନ୍ତ୍ରିତ ମେଲ୍, ଏକ୍ସପ୍ରେସ ଟ୍ରେନରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି ପାଇଛି । ଶୀତତାପ ନିୟନ୍ତ୍ରିତ କ୍ଲାସରେ ଭଡ଼ା କିଲୋମିଟର ପିଛା ୪ ପଇସା ବୃଦ୍ଧି ହୋଇଛି । ଶତାବ୍ଦୀ ସହ ରାଜଧାନୀ ଟ୍ରେନରେ ଆସନ୍ତାକାଲି ଠାରୁ ବର୍ଦ୍ଧିତ ଭଡ଼ା ଲାଗୁ ହେବ ।ମୁମ୍ବାଇରେ ଚାଲୁଥିବା ଲୋକାଲ ଟ୍ରେନ୍ ଭଡ଼ା ଅପରିବର୍ତ୍ତି ରହିଛି । ତା’ଛଡ଼ା ସାଧାରଣ ଅଣ ଶୀତତାପ ନିୟନ୍ତ୍ରିତ ଟ୍ରେନର ଭଡ଼ା ମଧ୍ୟ ବଢ଼ିଛି । ସାଧାରଣ ଟ୍ରେନ୍ ଭଡ଼ା କିଲୋମିଟର ପିଛା ୧ ପଇସା ବୃଦ୍ଧି କରିଛି ଭାରତୀୟ ରେଳବାଇ ।
ଭାରତୀୟ ରେଲୱେ ସିଜିନ୍ ଟିକେଟଧାରୀ ଓ ପାସଧାରୀଙ୍କ ଟିକେଟ ଦରରେ କୌଣସି ବୃଦ୍ଧି କରିନାହିଁ । ଶେଷଥର ପାଇଁ ସରକାର ୨୦୧୪-୧୫ରେ ଟ୍ରେନ୍ ଭଡ଼ା ବଢ଼ାଇଥିଲେ । ପୁଣି ୫ ବର୍ଷ ପରେ ଭଡ଼ା ବୃଦ୍ଧି ପାଇଛି ।
ବନ୍ଦେ ମାତରମ୍, ହମସଫର ଏକ୍ସପ୍ରେସ୍, ରାଜଧାନୀ ଏକ୍ସପ୍ରେସ, ଦୁରନ୍ତୋ, ଗରିବ ରଥ, ରାଜ୍ୟ ରାଣୀ, ଜନ ଶତାବ୍ଦୀ, ସୁବିଧା, ଯୁବ ଓ ସ୍ୱତନ୍ତ୍ର ଟ୍ରେନର ଭଡ଼ା ମଧ୍ୟ ବୃଦ୍ଧି ପାଇବ ।
In order to expand passenger amenities and facilities at Railway stations and in trains, it has become imperative to increase the train fare marginally without over burdening any class of passengers. Fast modernization of Indian Railway will be achieved through this fare revision pic.twitter.com/OXBEq0PSdl
— Ministry of Railways (@RailMinIndia) December 31, 2019