କମୁଛି ଫର୍ଟିଲିଟି ରେଟ୍: ୨୦୫୦ ବେଳକୁ ଦେଶରେ ରହିଥିବେ କେବଳ ବୟସ୍କ ବ୍ୟକ୍ତି

loving mother and kissing little baby play at sunset beach

ନନ୍ଦିଘୋଷ ବ୍ୟୁରୋ: ଭାରତରେ ଏବେ ବଢ଼ି ଚାଲିଛି ଜନସଂଖ୍ୟା । ଏହି ଚିନ୍ତା ଜନକ ଖବର ଭିତରେ ଆଉ ଏକ ଖବର ଆସି ପହଞ୍ଚିଛି ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ୨୦୫୦ ମସିହା ବେଳକୁ ଭାରତରେ ଫର୍ଟିଲିଟି ରେଟ ବା ପ୍ରଜନନ କ୍ଷମତା ମାତ୍ର ୧. ୨୯ ରହିଥିବ । ଏବେ ଏହା ରହିଛି ୧. ୯୧ । ୧୯୫୦ ମସିହାରେ ଏହା ୬. ୧୮ ଥିଲା ।

ଅର୍ନ୍ତରାଷ୍ଟ୍ରୀୟ ଜର୍ନାଲରେ ପ୍ରକାଶିତ ହୋଇଥିବା ଏହି ରିପୋର୍ଟ ସମସ୍ତକୁ ଚକିତ କରିଦେଇଛି । ଜର୍ନାଲ କହିଛି ଯେ, ଏହି ସ୍ଥର କମିକି ୧. ୦୪ ବି ହୋଇପାରେ । କେବଳ ଭାରତରେ ପ୍ରଜନନ କ୍ଷମତା କମୁନି ଦୁନିଆରେ ବହୁ ଦେଶରେ ଏମିତି ହେଉଛି । ସାରା ବିଶ୍ବରେ ମହିଳାଙ୍କ କ୍ଷେତ୍ରରେ ପ୍ରଜନନ କ୍ଷମତା ପ୍ରାୟ ଅଧା କମି ଗଲାଣି । ୧୯୫୦ ମସିହାରେ ଏହା ୪. ୮ରୁ ଅଧିକା ଥିଲା । ୨୦୨୧ରେ ଏହା କମି ୨. ୨ ହୋଇଯାଇଛି ।

ବୈଜ୍ଞାନିକ ମାନେ ଏଥିପାଇଁ ଜୀବନଶୖଳୀ ବଦଳିବା ଗ୍ଲୋବାଲ ଓ୍ବାର୍ମିଂ, କ୍ଲାଇମେଟ ଚେଞ୍ଚ ଭଳି ସମସ୍ୟାକୁ ଦାୟୀ କରିଛନ୍ତି । ଭାରତରେ ଅଧିକ ଜନସଂଖ୍ୟା ଥିବାରୁ ଆଗକୁ ଯଦି ଏହି ପ୍ରଜନନ ସଂଖ୍ୟା କମିଯାଏ ତାହାଲେ ଛୋଟ ପିଲା ଏବଂ ବୟସ୍କଙ୍କ ମଧ୍ୟରେ ସନ୍ତୁଳନ ଠିକରେ ରକ୍ଷା ହୋଇପାରିବ ନାହିଁ ।  ଦେଶରେ ଯୁବକ ଯୁବତୀ କମ୍ ଏବଂ ବୟସ୍କ ବ୍ୟକ୍ତି ଅଧିକ ରହିବେ ବୋଲି ଆଶଙ୍କା କରାଯାଉଛି ।