ଭାରତୀୟ କ୍ରିକେଟରରୁ ୟୁପିଏସସି ଅଧିକାରୀ

1 min read

ନୂଆଦିଲ୍ଲୀ: ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ କେନ୍ଦ୍ରର ଜନସେବା ଆୟୋଗ ପରୀକ୍ଷା (ୟୁପିଏସସି) ହୋଇଥାଏ । ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ରହିଥାଏ ୟୁପିଏସସି ପରୀକ୍ଷା କ୍ରାକ୍ କରି ଆଇଏଏସ-ଆଇପିଏସ ଅଧିକାରୀ ହେବା ପାଇଁ । ଏଥିପାଇଁ ପ୍ରତିବର୍ଷ ହଜାର ସଂଖ୍ୟା ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି । କେବଳ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇନଥାନ୍ତି ଅନେକ ବଡ ବଡ ପଦବୀମାନଙ୍କରେ ଥିବା ବ୍ୟକ୍ତିତ୍ବ ମଧ୍ୟ ଏହି ପରୀକ୍ଷା ଦେଇଥାନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତୀୟ କ୍ରିକେଟରେ ଜଣେ ଏମିତି ଖେଳାଳି ଥିଲେ ଯିଏ ଆନ୍ତର୍ଜାତିକ କ୍ରିକେଟରେ ଡେବ୍ୟୁ କରିବା ପୂର୍ବରୁ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଧିକାରୀ ହୋଇଥିଲେ । ସେ ହେଉଛନ୍ତି ପୂର୍ବ ଭାରତୀୟ କ୍ରିକେଟର ଅମୟ ଖୁରାସିୟା ।

ଅମୟ ୧୯୭୨ ମସିହାରେ ମଧ୍ୟପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । ସେ ୨୭ ବର୍ଷ ବୟସରେ ୧୯୯୯ ମସିହାରେ ଭାରତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପୂର୍ବରୁ ସେ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ପେପ୍ସି କପରେ ଅମୟ ଡେବ୍ୟୁ କରିଥିଲେ । ତାଙ୍କର ଡେବ୍ୟୁ ମ୍ୟାଚରେ ୪୫ ବଲରେ ୭୫ ରନ୍ କରିବା ପରେ ତାଙ୍କୁ ଏହି ମ୍ୟାଚରେ କିଛି ଖାସ୍ ସଫଳତା ମିଳିପାରିନଥିଲା । ଏହାପରେ ସେ ମଧ୍ୟପ୍ରଦେଶ ପାଇଁ ୧୧୯ ଫାଷ୍ଟ କ୍ଲାସ ମ୍ୟାଚ ଖେଳିଥିଲେ ଏଥିରେ ସେ  ୭୦୦୦ ରୁ ଅଧିକ ରନ କରିଥବା ବେଳେ ସେ ଲେପ୍ଟ ହ୍ୟାଣ୍ଡ ବ୍ୟାଟ୍ସ ମ୍ଯାନ ଭାବରେ ପରିଚିତ ଥିଲେ।