ବିସ୍ଫୋରଣରେ ମୃତାହତଙ୍କ ଲାଗି ସହାୟତା ଘୋଷଣା କଲା ଇଣ୍ଡିଆନ୍ ଅଏଲ୍

Indian Oil Declared Financial Assistance For Injured And Dead Person Family In

ଭୁବନେଶ୍ୱର: ବୁଧବାର ଘଟିଥିବା ପେଟ୍ରୋଲ ପମ୍ପ ବିସ୍ଫୋରଣରେ ସହାୟତା ଘୋଷଣା କରିଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ । ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ମୃତାହତଙ୍କୁ କମ୍ପାନୀ ଆର୍ଥିକ ସହାୟତା ଦେବ । ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଦେବା ପାଇଁ କମ୍ପାନୀ ଘୋଷଣା କରିଥିବା ବେଳେ ଗୁରୁତର ଆହତଙ୍କୁ ୪ ଲକ୍ଷ ଟଙ୍କା ଦିଆଯିବ । ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା ରାଶି ।

bhubaneswar-petrol-pump-mishap-family-crying-for-losing-one-and-only-son

କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଇଣ୍ଡିଆନ୍ ଅଏଲ୍ ଏହି ସହାୟତା ରାଶି ଘୋଷଣା କରିଥିବା ପ୍ରେସ୍ ଇସ୍ତାହାରରେ ଉଲ୍ଲେଖ କରିଛ । ବୁଧବାର ମଧ୍ୟାହ୍ନରେ ରାଜଭବନ ନିକଟ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ହଠାତ୍ ଅଗ୍ନିକାଣ୍ଡ ହୋଇଥିଲା । କେହି କିଛି ବୁଝିବା ପୂର୍ବରୁ ହୁତହୁତ୍ ହୋଇ ଜଳିଥିଲା ପେଟ୍ରୋଲ ପମ୍ପ । ତା’ପରେ ଭୟଙ୍କର ବିସ୍ଫୋରଣ । ଆକାଶକୁ ପ୍ରାୟ ୨ ଶହ ଫୁଟ୍ ଯାଏଁ ଉଠିଥିଲା ନିଆଁ ।

Petrol Pump Blast

ଅଗ୍ନିକାଣ୍ଡ ଓ ବିସ୍ଫୋରଣ ଘଟଣାରେ ୮ରୁ ଅଧିକ ଆହତ ହୋଇଥିଲେ । ସେଥିମଧ୍ୟରୁ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆସିକାର ସତ୍ୟ ନାୟକଙ୍କ ମୃତ୍ୟୁ ହୋଇଛି । କେମିତି ଏତେ ବଡ଼ ବିସ୍ଫୋରଣ ହେଲା ତାର ତଦନ୍ତ କରୁଛି କମିଶନରେଟ୍ ପୋଲିସ ।

ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଚାଲିଗଲା ଏକମାତ୍ର ରୋଜଗାରିଆ ପୁଅ

Leave a Reply