ନୌସେନାରେ ସାମିଲ୍ ହେଲା INS ବିଶାଖାପାଟ୍ଟଣମ୍

1 min read
Indian Navy's stealth guided missile destroyer Visakhapatnam commissioned

ମୁମ୍ବାଇ: ରବିବାର ଭାରତୀୟ ନୌସେନାର ସାମିଲ୍ ହୋଇଛି INS ବିଶାଖାପାଟ୍ଟଣମ୍ । ଏହା ଦ୍ୱାରା ଇଣ୍ଡୋ-ପେସିଫିକ୍ ଅଞ୍ଚଳରେ ଭାରତର ଶକ୍ତି ବଢ଼ିବ । ଏହି ଜାହାଜର ଲମ୍ବା ୧୬୩ ମିଟର ହୋଇଥିବା ବେଳେ ଓଜନ ୭୪୦୦ ଟନ୍ ଅଟେ । ଏଥିରେ ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଲକ୍ଷ୍ୟଭେଦ କରୁଥିବା ଏମଆରସ୍ୟାମ ମିସାଇଲ୍ ଓ ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରି ପାରୁଥିବା ବ୍ରହ୍ମୋସ୍ ମିସାଇଲ୍ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । INS ବିଶାଖାପାଟ୍ଟଣମ୍ ୭୫ ପ୍ରତିଶତ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ସମୃଦ୍ଧ । ଏହାର ସ୍ପିଡ୍ ୩୦ ନର୍ଟିକାଲ ମାଇଲ୍ସ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ INS ବିଶାଖାପାଟ୍ଟଣମକୁ ନୌସେନାରେ ସାମିଲ୍ କରିଛନ୍ତି ।

Indian Navy's stealth guided missile destroyer Visakhapatnam commissioned

INS ବିଶାଖାପାଟ୍ଟଣମର ବୈଶିଷ୍ଟ୍ୟ

  • ଭାରତରେ ନିର୍ମିତ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧପୋତ ମଧ୍ୟରୁ ଅନ୍ୟତମ INS ବିଶାଖାପାଟ୍ଟଣମ୍ । ଏହାକୁ ନୌସେନା ଡିଜାଇନ୍ ନର୍ଦ୍ଦେଶାଳୟ ଡିଜାଇନ୍ କରିଛି ।
  • ଏହାକୁ ମଝଗାଓଁ ଡକୟାର୍ଡ ମୁମ୍ବାଇରେ ତିଆରି କରାଯାଇଛି । ଏହା ନୌସେନାର ପ୍ରକଳ୍ପ 15Bର ଅଂଶ ଅଟେ । ଏହି ଶ୍ରେଣୀର ଆଉ ୩ଟି ଯୁଦ୍ଧପୋତ ୩୫ ହଜାର କୋଟି ବିନିମୟରେ ତିଆରି କରାଯିବ ।
  • ଏଥିରେ ଅତ୍ୟାଧୁନିକ ରାଡାର ରହିଥିବା ବେଳେ ଏହା ଅସ୍ତ୍ରଶସ୍ତ୍ରକୁ ଲକ୍ଷ୍ୟଭେଦ ପାଇଁ ତଥ୍ୟ ଦେବ ।
  • ଜାହାଜର ପନଡୁବ୍ବି ନିରୋଧୀ କ୍ଷମତା ସ୍ୱଦେଶୀ ରୂପେ ବିକଶିତ ରକେଟ୍ ଲଞ୍ଚର, ଟାରଁପିଡୋ ଲଞ୍ଚର ଓ ଏଏସଡବ୍ଲୁ ହେଲିକପ୍ଟର ଦ୍ୱାରା ପ୍ରଦାନ କରାଯିବ ।
  • ଯୁଦ୍ଧପୋତ ପରମାଣୁ, ଜୈବିକ ଓ ରସାୟନିକ ଯୁଦ୍ଧ ସ୍ଥିତିରେ ଲଢ଼ିବାରେ ସକ୍ଷମ ।

Leave a Reply