ବଙ୍ଗୋପ ସାଗର ଉପକୂଳରେ ଭାରତୀୟ ନୌସେନାର ବ୍ରହ୍ମୋସ ପରୀକ୍ଷଣ ସଫଳ

ନନ୍ଦିଘୋଷ ବ୍ୟୁରୋ : ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ। ବଙ୍ଗୋପ ସାଗର ଉପକୂଳରେ ଭାରତୀୟ ନୌସେନା ପକ୍ଷରୁ ବ୍ରହ୍ମୋସର ପରୀକ୍ଷଣ କରାଯାଇଛି । ଭାରତୀୟ ନୌସୈନାର ଇଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ଯୁଦ୍ଧ ଜାହାଜରୁ ଏହି ପରୀକ୍ଷଣ କରାଯାଇଛି  । ଭାରତ ମହାସାଗରରେ ଶତ୍ରୁପକ୍ଷ ଜାହାଜକୁ ମାତ ଦେବାକୁ ଭାରତୀୟ ନୌସେନା ପକ୍ଷରୁ ଏହି ଅଭ୍ୟାସ କରାଯାଇଥିଲା । ଏଥିରେ ବ୍ରହ୍ମୋସ ମିସାଇଲର ଉନ୍ନତତର ସଂସ୍କରଣର ପରୀକ୍ଷଣ କରାଯାଇଥିଲା। ବ୍ରହ୍ମୋସ ମିସାଇଲ ତୁଳନାରେ ଏହାର ଉନ୍ନତତର ସଂସ୍କରଣ ଅଧିକ ଘାତକ ଏବଂ ଶକ୍ତିସମ୍ପନ୍ନ ।Indian Navy's Destroyer Successfully Test Fires BrahMos Missile In Bay Of  Bengal

ବ୍ରହ୍ମୋସ ହେଉଛି ସୁପରସୋନିକ୍ କ୍ରୁଜ ମିସାଇଲ  । ଭାରତ ଓ ରୁଷିଆ ସହଭାଗିତାରେ ଏହି ମିସାଇଲର ପ୍ରସ୍ତୁତ କରାଯାଇଛି । ଏହାକୁ ଯୁଦ୍ଧପୋତ, ଜାହାଜ, ଫାଇଟର ଜେଟ୍ ଏବଂ ସ୍ଥଳଭାଗରୁ ଶତ୍ରୁପକ୍ଷକୁ ଟାର୍ଗେଟ କରାଯାଇପାରିବ । ଶବ୍ଦ ବେଗର ପ୍ରାୟ ୩ ଗୁଣା ଅଧିକ ବେଗରେ ଟାର୍ଗେଟକୁ ଧ୍ବଂସ କରିବାର କ୍ଷମତା ରଖିଛି ବ୍ରହ୍ମୋସ ମିସାଇଲ । ଭାରତ ଏହି ମିସାଇଇଲକୁ ଫିଲିପିନ୍ସ ସହ ଅନ୍ୟ କିଛି ଦେଶକୁ ମଧ୍ୟ ରପ୍ତାନୀ କରୁଛି।