ଜଳଦସ୍ୟୁ କବଳରୁ ୧୯ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା । ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ମାଛଧରା ଡଙ୍ଗା ସହ ମତ୍ସ୍ୟଜୀବୀଙ୍କୁ ଜଳଦସ୍ୟୁ ବା ଲୁଟେରାଙ୍କ କବଳରୁ ରକ୍ଷା କରିଛି ଭାରତୀୟ ନୌସେନା ଜାହାଜ ‘ଆଇଏନଏସ ସୁମିତ୍ରା’ । ଗୋଟିଏ ଜାହାଜରୁ ୧୯ ଜଣ ପାକିସ୍ତାନୀ ଏବଂ ଅନ୍ୟ ଏକ ଜାହାଜରୁ ୧୭ ଜଣଙ୍କୁ ସୁମିତ୍ରା ଉଦ୍ଧାର କରିବାରେ  ସଫଳ ହୋଇଛି ଭାରତୀୟ ନୌସେନା

ସୂଚନା ଅନୁଯାୟୀ ଆଇଏନଏସ ସୁମତ୍ରା  ଇରାନୀୟ ଜାହଜକୁ ହାଇଜ୍ୟାକ୍ ହେବାରୁ ରକ୍ଷା କରିଥିଲା  । ଏହାପରେ ପୁଣିଥିରେ ଆରବ ସାଗରରେ ସ୍ପେଶାଲ ଅପରେସନ ଦ୍ବାରା ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଏଲ ନୀମି ନାମକ ଏକ ଜାହାଜ ଏବଂ ମତ୍ସଜୀବୀଙ୍କୁ ଉଦ୍ଧାର କରିଛି । ଏହି ଅପରେସନରେ ୧୯ ଜଣ କ୍ରୁ ମେମ୍ବର ଏବଂ ଜାହାଜକୁ ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରିଛି ।

ସୂଚନା ଅନୁସାରେ, ୧୧ ଜଣ ସଶସ୍ତ୍ର ବାହିନୀ ପାକିସ୍ତାନୀ କ୍ରୁ ସଦସ୍ୟ ରହିଥିବା ନୀମି ନାମକ ଏକ ମତ୍ସ୍ୟଜୀବୀ ଜାହାଜକୁ ହାଇଜାକ କରି ନେଇଥିଲେ । ଉକ୍ତ ଜାହାଜରେ ୧୯ଜଣ ପାକିସ୍ତାନୀ କ୍ରୁ ସଦସ୍ୟ ରହିଥିଲେ । ତେବେ ଜଳଦସ୍ୟୁମାନଙ୍କର ଅପହରଣ ଅଭିଯାନକୁ ଭଣ୍ଡୁର କରିଥିଲା ସୁମିତ୍ରା । ଭାରତୀୟ ନୌସେନା ଜାହାଜ ‘ଆଇଏନଏସ ସୁମିତ୍ରା’ ଉକ୍ତ ହାଇଜାକ ଜାହାଜକୁ ଅଟକାଇ ୧୯ ଜଣ କ୍ରୁ ସଦସ୍ୟଙ୍କୁ ମୁକ୍ତ କରିଛି । କେରଳର କୋଚି ଉପକୂଳ ଠାରୁ ୮୫୦ ମାଇଲ ଦୂରରେ ଏହି ଅପରେସନ କରି ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ସୁମିତ୍ରା । ଜାହାଜରୁ ଉଦ୍ଧାର ହୋଇଥିବା ନାବିକମାନେ ଏବେ ସୁରକ୍ଷିତ ଅଛନ୍ତି।  ଆରବ ସାଗରରେ ଜଳଦଶ୍ୟୁଙ୍କ ଏପରି କାଣ୍ତକୁ ଦେଖି ଭାରତୀୟ ନୌସେନା ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି।