ଆରବ ସାଗରରେ ଭାରତୀୟ ନୌସେନାକୁ ବଡ଼ ସଫଳତା, ଜାରି ହେଲା ଭିଡ଼ିଓ
1 min read
A view of an RGM-84 surface-to-surface Harpoon missile, immediately after leaving a canister launcher aboard the cruiser USS LEAHY (CG-16), near the Pacific Missile Test Center, Calif.
ଭାରତୀୟ ନୌସେନାକୁ ବଡ଼ ସଫଳତା । ଆରବ ସାଗରରେ ଆଣ୍ଟି ସିପ୍ ମିସାଇଲର ସଫଳ ପରୀକ୍ଷଣ କଲା ଭାରତୀୟ ନୌସେନା । ମିସାଇଲଟିକୁ ଭାରତୀୟ ନୌସେନା ମିସାଇଲ କୋର୍ବେଟ ଜାହାଜ ଆଇଏନଏସ ପ୍ରବଲ (INS Prabal) ରୁ ସଫଳ। ପରୀକ୍ଷଣ କରାଯାଇଛି । ତେବେ ମିସାଇଲଟି ସଫଳାତାର ସହ ଲକ୍ଷ୍ୟକୁ ଭେଦ କରିଥିବା ଜଣାପଡ଼ିଛି
ଭାରତୀୟ ନୌସେନା କହିଛି ଯେ, ଏହି ଆଣ୍ଟି ସିଫ୍ ମିସାଇଲଟି ନିଜ ଲକ୍ଷକୁ ସଠିକ ଭାବେ ଭେଦ କରିଛି । ଏବଂ ଲକ୍ଷ୍ୟ କରାଯାଇଥିବା ଜାହାଜ ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ପାଣିରେ ବୁଡ଼ିଯାଇଛି ।
The anti-ship missile (AShM) launched by Indian Navy Missile Corvette #INSPrabal, homes on with deadly accuracy at max range, sinking target ship: Indian Navy pic.twitter.com/kXOQceSaNO
— ANI (@ANI) October 23, 2020
ଏହି ପରୀକ୍ଷଣର ଏକ ଭିଡିଓ ଭାରତୀୟ ନୌସେନା ଜାରି କରିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜାହାଜ ନଷ୍ଟ କରୁଥିବା ଆଣ୍ଟି-ସିଫ୍ଟ ମିସାଇଲ INS Prabalରୁ କିପରି ନିକ୍ଷେପ କରାଯାଇଛି । ତେବେ ଏହି କ୍ଷେପଣାସ୍ତ୍ର ସର୍ବାଧିକ ସୀମାକୁ ଛୁଇଁପାରେ । ଭିଡିଓରେ ଦର୍ଶାଯାଇଛି ଯେ, ମିସାଇଲଟି ଯେଉଁ ଜାହାଜକୁ ଲକ୍ଷ କରିଛି ତାହା ସମୁଦ୍ରରେ ସମ୍ପୂର୍ଣ୍ମ ବୁଡ଼ି ଯାଇଛି।