ମରିସସର ପ୍ରତିଷ୍ଠା ଦିବସରେ ଦମ୍ ଦେଖାଇବ ଆଇଏନଏସ ଇମ୍ଫାଲ

ନନ୍ଦିଘୋଷ ବ୍ୟୁରୋ : ମରିସସର ପ୍ରତିଷ୍ଠା ଦିବସରେ ଦମ୍ ଦେଖାଇବ ଆଇଏନଏସ ଇମ୍ଫାଲ । ମରିସରର ୫୭ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଆଇଏନଏସ ଇମ୍ଫାଲ ସମେତ ଅନ୍ୟାନ୍ୟ ଯୁଦ୍ଧ ବିମାନ ଓ ଜାହାଜ ସାମିଲ ହେବେ । ଚାମ୍ପସ ଡି ମାର୍ସରେ ଆୟୋଜିତ ହେବାକୁ ଉତ୍ସବ ଆସନ୍ତା ୧୪ ତାରିଖ ଯାଏ ଚାଲିବ । ଏହି ସମୟ କାଳରେଆଇଏନଏସ ଇମ୍ଫାଲରେ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ସମ୍ପନ୍ନ ହେବ ।

ଭାରତ ଓ ମରିସସ ମଧ୍ୟରେ ଦ୍ବିପାକ୍ଷିକ ସାମୁଦ୍ରିକ ନିରାପତ୍ତା, ସାଂସ୍କୃତିକ ସହଯୋଗ ପ୍ରତିଷ୍ଠା ଲାଗି ଏହି ଉତ୍ସବରେ ବାର୍ତ୍ତା ଦିଆଯିବ । ଏହା ସହ ଏକ ମିଳିତ ସ୍ବତନ୍ତ୍ର ଅର୍ଥନୈତିକ ଜୋନ ବା ଇଇଜେଡ ସର୍ଭେଲାନ୍ସ ଉପରେ ବି ଗୁରୁତ୍ବ ଦିଆଯିବ । ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କ ଲାଗି ନିରାପତ୍ତା ଓ ଅଭିବୃଦ୍ଧି ବା ସାଗର ନୀତିକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ । ଗତବର୍ଷ ଡିସେମ୍ବର ୨୩ରେ ଆଇଏନଏସ ଇମ୍ଫାଲ ନୌସେନାରେ ସାମିଲ ହୋଇଥିଲା । ଏଥିରେ ସ୍ବଦେଶୀ କାରିଗରୀରେ ନିର୍ମିତ ଅସ୍ତ୍ରଶସ୍ତ୍ର, ସେନସର ଓ ଯନ୍ତ୍ରପାତି ରହିଛି । ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଯୁଦ୍ଧ ଜାହାଜ ଭାବେ ଆଇଏନଏସ ଇମ୍ଫାଲ ଜଣାଶୁଣା ।