ଫସି ଥିବା ଭାରତୀୟଙ୍କୁ ଆଣିବା ବେଳେ ସରିଗଲା ଅସ୍ତ୍ରବିରତିର ସମୟ ସୀମା, ଆଉ ତା ପରେ…

କିଭ୍: ଋଷ ୟୁକ୍ରେନରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ବୋମା ମାଡ଼ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୭ଲକ୍ଷରୁ ଅଧିକ ନାଗରିକ ୟୁକ୍ରେନ ଛାଡ଼ି ସାରିଲେଣି । ଏବଂ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ବାହାର କରାଯାଉଛି । ବର୍ତ୍ତମାନ ସୁଧା ପ୍ରାୟ ୭୦୦ ଭାତରୀୟ ଛାତ୍ର ୟୁକ୍ରେନର ସୁମିରେ ଫସି ରହିଛନ୍ତି ।

ଋଷ ସୀମାରୁ ୬୦ କିଲୋମିଟର ଦୂର ସୁମୀରେ ଦୁଇ ଦେଶ ମଧ୍ୟ ଚାଲିଛି ଘମାଘୋଟ ଲଢେଇ । ସରକାର ଏଠାରେ ଫସି ରହିଥିବା ଭାରତୀୟ ବାହାର କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଏହା ସମ୍ଭ ବ ହୋଇପାରୁନାହିଁ । ଏଠାରେ ଫସି ରହିଥିବା ନାଗରିକମାନଙ୍କୁ ବାହାର କରିବାକୁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା । ଏବଂ ଫସି ଥିବା ଭାରତୀୟଙ୍କୁ ନେବାକୁ ବସ୍ ମଧ୍ୟ ପହଞ୍ଚି ସାରିଥିଲା  । ଘଣ୍ଟା ଘଣ୍ଟାର ଅପେକ୍ଷା ପରେ ବସରେ ବସିଲା ବେଳକୁ ଅସ୍ତ୍ରବିରତିର ସମୟସୀମା ସରିଯାଇଥିଲା । ଫଳରେ ଭାରତୀୟ ଛାତ୍ରଛାତ୍ରୀ ନିରାସ ହୋଇ ପୁଣି ବଙ୍କରକୁ ଫେରିଥିଲେ ।

Russia Ukraine War One Indian Student Dead In Kharkiv

ସୁମୀରେ ଫସିରହି ଥିବା ଜଣେ ଭାରତୀୟ କହିଛନ୍ତି  ଯେ, ଆମେ ଶୀତରେ ଅତି କଷ୍ଟରେ ୩ ଘଣ୍ଟା ଯାଏଁ ବସରେ ବସିବାକୁ ଲାଇନରେ ଥିଲୁ ପରେ ଆମକୁ କୁହାଗଲା ଯେ ଆମେ ଆଉ ଯାଇପାରିବୁ ନାହିଁ । ଆମର ମନୋବଳ ଦୁର୍ବଳ ହୋଇପଡ଼ୁଛି । ଆମେ ଏବେ ବି ଅପେକ୍ଷା କରିଛୁ କେବେ ଆମ ଦେଶକୁ ଫେରିବୁ ।