ଆୟୁର୍ବେଦ ଡାକ୍ତରଙ୍କୁ ସର୍ଜରୀ ଅନୁମତିକୁ IMAର ବିରୋଧ
1 min readନୂଆଦିଲ୍ଲୀ: ସର୍ଜରୀ କରିବେ ଆୟୁର୍ବେଦ ଡାକ୍ତର । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତୀୟ ଚିକିତ୍ସା ସଂଘ (IMA) ବିରୋଧ କରିବା ଆରମ୍ଭ କରିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ସଂଘ ଚୋର ଦ୍ୱାର ଦେଇ ପଶିବା କହିଛି । ଏହାଦ୍ୱାରା NEET ଭଳି ସର୍ବଭାରତୀୟ ପରୀକ୍ଷାର ଗୁରୁତ୍ୱ ସମ୍ପୂର୍ଣ୍ଣ ଭାବେ ସରିଯିବ ବୋଲି ସଂଘ କହିଛି । ସରକାରଙ୍କ ପକ୍ଷରୁ ଗ୍ରୀନ୍ ସିଗନାଲ ମିଳିବା ପରେ କେନ୍ଦ୍ରୀୟ ଚିକିତ୍ସା ପରିଷଦ (CCIM) ବିଜ୍ଞପ୍ତି ଜାରି କରିଛି । ଯେଉଁଥିରେ ଆୟୁର୍ବେଦ ଡାକ୍ତର ଏବେ ୫୮ ପ୍ରକାର ସର୍ଜରୀ କରିପାରିବେ ବୋଲି କୁହାଯାଇଛି ।
କେନ୍ଦ୍ରୀୟ ଚିକିତ୍ସା ପରିଷଦର ଏହି ନିଷ୍ପତ୍ତିକୁ IMA ବିରୋଧ କରିବା ସହ ଏହାକୁ ଏକତରଫା କହିଛି । IMA ପକ୍ଷରୁ ଜାରି ବିବୃତିରେ କୁହଯାଇଛି- ଯଦି ସିସିଆଇଏମ୍ ଲକ୍ଷ୍ମଣ ରେଖା ଡେଇଁବାକୁ ଚେଷ୍ଟା କରେ ତ ପରିମାଣ ଭୟାନକ ହେବ । IMA ପରାମର୍ଶ ଦେଇ CCIMକୁ କହିଛି- ପ୍ରାଚୀନ ଜ୍ଞାନକୁ ନେଇ ସର୍ଜରୀର ନୂଆ ତରିକା ଓ ଆଧୁନିକ ଚିକିତ୍ସା ବିଜ୍ଞାନ ଆଧାରିତ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭିନ୍ନ ଅଟେ ।
ଏପରିକି ଆଧୁନିକ ଚିକିତ୍ସା ଶାସ୍ତ୍ରର ଡାକ୍ତରଙ୍କୁ ଦେଶର ଚିକିତ୍ସା କଲେଜରେ ନିଯୁକ୍ତି ନଦେବା ଲାଗି IMA ଦାବି କରିଛି । ଯଦି ଚୋରଙ୍କ ଭଳି ଆୟୁର୍ବେଦ ଡାକ୍ତରଙ୍କୁ ସର୍ଜରୀ ପାଇଁ ଅନୁମତି ଦିଆଯାଏ ତ NEETର ଗୁରୁତ୍ୱ ସମ୍ପୂର୍ଣ୍ଣ ଶେଷ ହୋଇଯିବ ବୋଲି IMA ପକ୍ଷରୁ କୁହାଯାଇଛି ।
୫୮ ପ୍ରକାର ସର୍ଜରୀ କରିପାରିବେ ଆୟୁର୍ବେଦ ଡାକ୍ତର
ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ଆୟୁର୍ବେଦରେ ପିଜି କରିଥିବା ଛାତ୍ର ଆଖି, ନାକ, କାନ, ଗଳା ସହିତ ସାଧାରଣ ସର୍ଜରୀ ପାଇଁ ସ୍ୱତନ୍ତ୍ର ରୂପରେ ପ୍ରଶିକ୍ଷଣ ନେବେ । ସରକାରଙ୍କ ବିଜ୍ଞପ୍ତି ମୁତାବକ ଏହି ଛାତ୍ରମାନଙ୍କୁ ଗ୍ଲୁକୋମା, ମୋତିଆବିନ୍ଦୁ, ସ୍ତନ ସମସ୍ୟା, ଅଲସର ଓ ପେଟ ଭଳି କିଛି ସର୍ଜରୀ ଲାଗି ଅନୁମତି ମିଳିବ ।