ଦୀର୍ଘ ୮ଘଣ୍ଟାର ଅପରେସନ ପରେ ICUରେ ପଓ୍ବନଦୀପ ; ସ୍ବାସ୍ଥ୍ୟବସ୍ଥା ସ୍ଥିର

1 min read

ନନ୍ଦିଘୋଷ ବ୍ୟୁରୋ: ଇଣ୍ଡିଆନ୍ ଆଇଡଲ୍ ୧୨ ବିଜେତା ପଓ୍ବନଦୀପ ରାଜନଙ୍କର ନିକଟରେ ଏକ ଭୟଙ୍କର କାର ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ତାଙ୍କର ଅନେକ ହାଡ଼ ଭାଙ୍ଗିଯାଇଥିଲା ଏବଂ ଆଘାତ ଲାଗିଥିଲା। ବର୍ତ୍ତମାନ ପଓ୍ବନଦୀପ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ଏବଂ ତାଙ୍କର ଅନେକ ଅସ୍ତ୍ରୋପଚାର ହୋଇଛି । ତାଙ୍କର ପ୍ରଶଂସକମାନେ ଗାୟକଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ଏହି ସମୟରେ, ପଓ୍ବନଦୀପଙ୍କ ଟିମ୍ ଇନଷ୍ଟାରେ ଗାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟାବସ୍ଥା ସମ୍ବନ୍ଧରେ ସୂଚନା ଦେଇ ତାଙ୍କ ଟିମ୍ ଲେଖିଛନ୍ତି, “ସମସ୍ତଙ୍କୁ ନମସ୍କାର, ଗତକାଲି ପବନଙ୍କର ଆହୁରି ୩ଟି ଅସ୍ତ୍ରୋପଚାର କରାଯାଇଥିଲା। ସକାଳେ ତାଙ୍କୁ ଓଟିକୁ ନିଆଯାଇଥିଲା ଏବଂ ୮ଘଣ୍ଟାର ଅପରେସନ ପରେ, ତାଙ୍କର ବାକି ସମସ୍ତ ଫ୍ରାକଚରର ସଫଳତାର ସହ ଅସ୍ତ୍ରୋପଚାର କରାଯାଇଛି । ସେ ଏବେବି ଆଇସିୟୁରେ ଅଛନ୍ତି ଏବଂ ସେଠାରେ ଆହୁରି କିଛି ଦିନ ରହିବେ। ଡାକ୍ତରଙ୍କ କହିବାନୁଯାୟୀ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି  । ତେଣୁ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିବା। ପୁଣି ଥରେ, ଆପଣଙ୍କ ଆଶୀର୍ବାଦ ଏବଂ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ”

ପଓ୍ବନଦୀପଙ୍କ ଟିମ୍ ନିରନ୍ତର ଅପଡେଟ୍ ଦେଉଛନ୍ତି
ଆପଣଙ୍କୁ କହି ରଖୁଛୁ ଯେ ଗାୟକଙ୍କ ଦୁର୍ଘଟଣା ପରଠାରୁ, ତାଙ୍କ ଟିମ୍ ପ୍ରଶଂସକମାନଙ୍କ ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ପ୍ରଦାନ କରୁଛନ୍ତି । ପୂର୍ବରୁ, ପଓ୍ବନଦୀପ ରାଜନଙ୍କ ଟିମ୍ ଇନଷ୍ଟାଗ୍ରାମରେ ଏକ ସୂଚନା ଦେଇଥିଲେ ଯେ ଗାୟକଙ୍କ ଶରୀରରେ ଅନେକ ଫ୍ରାକ୍ଚର ଏବଂ ଅନ୍ୟାନ୍ୟ ଆଘାତ ଲାଗିଛି। “ଗତକାଲି ପରିବାର ଏବଂ ତାଙ୍କ ସମସ୍ତ ଶୁଭେଚ୍ଛୁଙ୍କ ପାଇଁ ଏକ ବହୁତ କଷ୍ଟକର ଦିନ ଥିଲା। ସେ ଦିନସାରା ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ। ତାଙ୍କୁ ସନ୍ଧ୍ୟା ୭ଟା ସମୟରେ ଅପରେସନ ଥିଏଟରକୁ ନିଆଯାଇଥିଲା ଏବଂ ୬ ଘଣ୍ଟା ପରେ, ତାଙ୍କର କିଛି ପ୍ରମୁଖ ଫ୍ରାକ୍ଚରର ସଫଳତାର ସହିତ ଅସ୍ତ୍ରୋପଚାର କରାଯାଇଥିଲା। ସେ ବର୍ତ୍ତମାନ ମେଡିକାଲ୍ ଆଇସିୟୁରେ ଅଛନ୍ତି। ୩-୪ ଦିନ ବିଶ୍ରାମ ନେବା ପରେ, ତାଙ୍କର ବାକି ଫ୍ରାକ୍ଚର ଏବଂ ଆଘାତ ପାଇଁ ଅସ୍ତ୍ରୋପଚାର କରାଯିବ।”

ପଓ୍ବନଦୀପଙ୍କ ଦୁର୍ଘଟଣା କିପରି ଘଟିଲା?
ପବନଦୀପ ଏକ ସୋ ପାଇଁ ଅହମ୍ମଦାବାଦ ଫ୍ଲାଇଟ ଧରିବା ପାଇଁ ଦିଲ୍ଲୀ ଯାଉଥିଲେ, ଏହି ସମୟରେ ତାଙ୍କ କାର ରାସ୍ତାରେ ଛିଡା ହୋଇଥିବା ଏକ କ୍ୟାଣ୍ଟର ଟ୍ରକ୍ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ସେହି ସମୟରେ, ପବନଦୀପଙ୍କ ସହିତ କାରରେ ଉପସ୍ଥିତ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ।