ନବୀନଙ୍କୁ ମନପ୍ରୀତଙ୍କ ଧନ୍ୟବାଦ, କହିଲେ ସଫଳତାର ଶ୍ରେୟ ଓଡିଶାର ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ପୁରୁଷ ହକି ଦଳ ମେଡାଲ ପାଇଛି । ଜର୍ମାନୀକୁ ୫-୪ର ଗୋଲରେ ମାତ୍ ଦେଇ ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରିତ ସିଂ । ଏଭଳି ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନପ୍ରୀତ ।

ମନପ୍ରୀତ ସୋସିଆଲ ମିଡିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ତଥା ହକି ଇଣ୍ଡିଆର ପ୍ରାୟୋଜକ ଓଡିଶା ସରକରାଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ଏହି ସଫଳତାର ଶ୍ରେୟ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ଫଳରେ ଦେଶ ପାଇଁ ଏଭଳି ସଫଳତା ହାସଲ କରିଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ମନପ୍ରୀତ ସିଂ  ।

 

Leave a Reply