ଭୁବନେଶ୍ବରରେ ଭାରତୀୟ ହକି ଟିମ୍, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ବର : ହକି ବିଶ୍ବକପ କାଉଣ୍ଟଡାଉନ୍ । ଆଜି ଆସିଛନ୍ତି ଭାରତୀୟ ହକି ଟିମ୍ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ହକି ଟିମକୁ ଭବ୍ୟ ସ୍ବାଗତ କରାଯାଇଛି । ଅଧିନାୟକ ହରମିନପ୍ରୀତ ସିଂହଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ୍ ଟିମ୍ । ଭୁବନେଶ୍ବର ପରେ ଅପରାହ୍ନରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବ ଟିମ୍ । ଏହି ଅବସରରେ ରାଉରକେଲାରେ ଅଭ୍ୟାସ ମ୍ୟାଚ୍ ଖେଳିପାରନ୍ତି ଭାରତୀୟ ହକି ଟିମ୍ ।

ବିଶ୍ବକପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ, ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ମ୍ୟାଚ୍ । ଜାନୁଆରୀ ୧୩ ରୁ ୨୯ ତାରିଖ ଯାଏ ଭୁବନେଶ୍ବର ଓ ରାଉରକେଲାରେ ମ୍ୟାଚ୍ ଖେଳାଯିବ । ୧୩ ତାରିଖରେ ସ୍ପେନ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତୀୟ ହକି ଟିମ୍ ।