ପ୍ଯାରିସ ଅଲିମ୍ପିକ୍ସ ପାଇଁ ଘୋଷଣା ହେଲା ୧୬ ଜଣିଆ ଭାରତୀୟ ହକି ଦଳ

ନନ୍ଦିଘୋଷ ବ୍ୟୁରୋ: ପ୍ଯାରିସ ଅଲିମ୍ପିକ୍ସ ପାଇଁ ଘୋଷଣା ହେଲା ୧୬ ଜଣିଆ ଭାରତୀୟ ହକି ଦଳ । ହରମନପ୍ରୀତ ଦଳରେ ଅଧିନାୟକ ରହିଥିବାବେଳେ ହାର୍ଦ୍ଦିକ ଉପଅଧିନାୟକ ରହିଛନ୍ତି । ଶ୍ରୀଜେଶ ଗୋଲକିପର ଭାବେ ସାମିଲ ହୋଇଛନ୍ତି । ଟିମରେ ଏକମାତ୍ର ଓଡ଼ିଆ ଭାବେ ଅମିତ ରୋହିଦାସ ସାମିଲ ହୋଇଛନ୍ତି । ୫ ଖେଳାଳି ଏଥର ଅଲିମ୍ପିକ୍ସରେ ପ୍ରଥମ କରି ଖେଳିବେ । ସେମାନେ ହେଲେ ଜର୍ମନପ୍ରୀତ ସିଂ, ସଞ୍ଜୟ, ରାଜକୁମାର ପାଲ, ଅଭିଶେକ ଓ ସୁଖଜିତ ସିଂ । ଡିଫେଣ୍ଡର ଭାବେ ଓଡ଼ିଆ ପୁଅ ଅମିତ ରୋହିଦାସ ଦଳରେ ସାମିଲ ହୋଇଛି । ଆସନ୍ତା ଜୁଲାଇ ୨୬ରୁ ଅଗଷ୍ଟ ୧୧ ତାରିଖ ଯାଏଁ ପ୍ଯାରିସ ଅଲିମ୍ପିକ୍ସରେ ହକି ଖେଳ ହେବ । ଜୁଲାଇ ୨୭ ତାରିଖରୁ ନ୍ଯୁଜିଲାଣ୍ଡ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ୨୯ ଜୁଲାଇରେ ଆର୍ଜେଣ୍ଟିନା, ୩୦ ଜୁଲାଇରେ ଆୟର୍ଲାଣ୍ଡ, ୧ ଅଗଷ୍ଟରେ ବେଲଜିୟମ ଓ ୨ ତାରିଖରେ ଅଷ୍ଟ୍ରେଲିଆ ସାଥିରେ ଟକ୍କର ହେବ । ବର୍ତ୍ତମାନ ସୁଦ୍ଧା ଭାରତ ଅଲିମ୍ପିକ୍ସ ହକିରେ  ୮ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ଯ ଓ ୩ଟି ବ୍ରୋଞ୍ଚକୁ ମିଶାଇ ମୋଟ ୧୨ଟି ପଦକ ଜିତିଛି ।