ଆପ୍ ପରେ ଏବେ 5G,AC ଝଟକା ଦେବା ପାଇଁ ଚାଲିଛି ପ୍ରସ୍ତୁତି !

1 min read
china company

ନୂଆଦିଲ୍ଲୀ: ଚୀନ୍ ଆପ୍ ଉପରେ ବ୍ୟାନ୍ ଡ୍ରାଗନକୁ ଝଟକା ଦେଇଛି କିନ୍ତୁ ଭାରତ ସରକାର କେବଳ ଏତିକିରେ ଅଟକିବେ ନାହିଁ ବୋଲି ସୂତ୍ର କହୁଛି । ଆଗାମୀ ଦିନରେ କେନ୍ଦ୍ର ସରକାର ଏମିତି କିଛି ପଦକ୍ଷେପ ନେବାକୁ ଯାଉଛନ୍ତି ଯାହା ଚୀନ୍ କମ୍ପାନୀଙ୍କୁ ଜବରଦସ୍ତ ଝଟକା ଦେବ । ଭାରତ ସରକାର ସରକାରୀ ଟେଲିକମ କଂପାନୀଙ୍କୁ ଚୀନ୍ ଉପକରଣ ବ୍ୟବହାର ନକରିବାକୁ କହିଛନ୍ତି । ଏହା ସହିତ ୫ଜି ଟେକ୍ନୋଲଜିକୁ ନେଇ ସରକାର ବଡଧରଣର ପଦକ୍ଷେପ ନେବେ ବୋଲି କୁହାଯାଉଛି । ଭାରତରେ ୫ଜି ନେଟୱର୍କ ପାଇଁ ଚୀନ୍ କଂପାନୀଙ୍କ ଉପକରଣ ବ୍ୟବହାର ଉପରେ ବ୍ୟାନ୍ ଲଗାଇବାକୁ ସରକାର ଆଦେଶ ଦେଇ ପାରନ୍ତି । ଏନେଇ ସେହି ବୈଠକରେ ଗତକାଲି ଆଲୋଚନା ହୋଇଥିଲା ଯେଉଁଥିରେ ୫୯ ଆପ୍ ଉପରେ ବ୍ୟାନ୍ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ହୁଆଇ ଉପରେ ବ୍ୟାନ୍ ଲାଗିପାରେ !

Huwai

ବରିଷ୍ଠ ମନ୍ତ୍ରୀଙ୍କ ବୈଠକରେ ହୁଆଇ ଓ ଅନ୍ୟ ଚୀନ୍ କଂପାନୀଙ୍କ ୫ଜି ସ୍ପେକ୍ଟ୍ରମ ନିଲାମୀ ପ୍ରକ୍ରିୟାରେ ଭାଗ ନେବା ଉପରେ ଆଲୋଚନା ହୋଇଥିଲା । ସ୍ପେକ୍ଟ୍ରମ ନିଲାମୀ କରୋନା କାରଣରୁ ଅତିକମରେ ବର୍ଷେ ପର୍ଯ୍ୟନ୍ତ ଘୁଂଚିପାରେ । ମିଟିଂରେ ଅନ୍ୟ ବିଡର୍ସ ଯେମିତିକି ଭୋଡାଫୋନ୍-ଆଇଡିଆର ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା ।

ହୁଆଇର ଚୀନ୍ ସେନା ସହ ରହିଛି ସଂପର୍କ !

huwai

ହୁଆଇକୁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଆମେରିକାରେ ବ୍ୟାନ୍ କରିଛି । ଏହା ସହ ଆମେରିକା ଚାହୁଁଛି ଯେ, ଭାରତ ଓ ବ୍ରିଟେନ୍ ମଧ୍ୟ ଏହି କଂପାନୀକୁ ବ୍ୟାନ୍ କରନ୍ତୁ । ହୁଆଇର ପ୍ରତିଷ୍ଠାତାଙ୍କର ଚୀନ୍ ସେନା ପିପୁସ’ସ ଲିବରେସନ୍ ଆର୍ମି ସହ ସଂପର୍କ ରହିଥିବା ସନ୍ଦେହ କରାଯାଏ ।

କେଉଁ କେଉଁ ଜିନିଶର ଆମଦାନୀ କମ କରିବା ଲକ୍ଷ୍ୟ ?

china tv

ସରକାର ଏସି ଓ ଏହାର ଉପକରଣର ଆମଦାନୀ କମ କରିବାକୁ ଚାହୁଁଛନ୍ତି । ଯେମିତି ଘରୋଇ ଉତ୍ପାଦନକୁ ବଢା ଯାଇପାରିବ । ଏହାସହ ଷ୍ଟିଲ୍,ଆଲମୁନିୟମ,ଜୋତା ଚପଲ,ଆଳୁ,କମଳାର ଆମଦାନୀ ମଧ୍ୟ କମ କରିବା ଲକ୍ଷ୍ୟ ରହିଛି । ସ୍ଥାନୀୟ ଉତ୍ପାଦନକାରୀଙ୍କୁ ପ୍ରୋତ୍ସାହନା ଦେବା ପାଇଁ ଇନସେଣ୍ଟିଭ୍ ଦେବା ଉପରେ ମଧ୍ୟ ସରକାର ଚିନ୍ତା କରୁଛନ୍ତି ।

Leave a Reply